ଇସ୍ରାଏଲୀ ନାଗରିକଙ୍କୁ ଇରାନ ଟାର୍ଗେଟ୍ କରୁଛି : ଇସ୍ରାଏଲ
ଇରାନ ବିରୁଦ୍ଧରେ ଇସ୍ରାଏଲର ଗମ୍ଭୀର ଅଭିଯୋଗ
ଅନ୍ୟପକ୍ଷରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ଇରାନ ବିରୁଦ୍ଧରେ କିଛି ଗମ୍ଭୀର ଅଭିଯୋଗ ଆଣିଛି । ଇସ୍ରାଏଲ କହିଛି ଯେ ଇରାନ ଜାଣିଶୁଣି ଇସ୍ରାଏଲୀ ନାଗରିକ ଏବଂ ଶରଣାର୍ଥୀ ଅଂଚଳକୁ ଟାର୍ଗେଟ୍ କରୁଛି ।
ଇରାନ ସରକାର ଆମ ନାଗରିକଙ୍କ ଉପରେ ବୋମା ପକାଉଛି । ଇରାନ ଦ୍ୱାରା ପକାଯାଉଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାଧାରଣ ଜନତାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବିପଦ ପାଲଟିଛି । ନିର୍ଦୋଷ ଜୀବନ ରକ୍ଷା ପାଇଁ ଇସ୍ରାଏଲ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି ।
ଏହି ବିବୃତି ପରେ ଦୁଇ ଦେଶ ମଧ୍ୟରେ ଉତେଜନା ବୃଦ୍ଦି ପାଇଛି । ଆଗାମୀ ଦିନରେ ଅଧିକ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା କରାଯାଉଛି ।
ଇସ୍ରାଏଲୀ ଅଭିଯୋଗର ଜବାବରେ ଜାତିସଂଘରେ ଇରାନ ସ୍ଥାୟୀ ପ୍ରତିନିଧି ଅମିର ସଇଦ ଇରାୱାନୀ ଆମେରିକା ଏବଂ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି ।
ଇରାୱାନୀଙ୍କ ଅନୁଯାୟୀ ଧ୍ୱଂସରେ ୭ହଜାର ୯୪୩ଟି ଆବାସିକ ଘର, ୧୬୧୭ଟି ବାଣିଜି୍ୟକ କେନ୍ଦ୍ର, ୩୨ଟି ଚିକିତ୍ସା କେନ୍ଦ୍ର ଏବଂ ୬୫ଟି ସ୍କୁଲ ଅନ୍ତର୍ଭୁକ୍ତ । ଏହା ସହିତ ୧୩ଟି ରେଡକ୍ରସ ଅଟ୍ଟାଳିକା ଏବଂ ଅନେକ ବିଦ୍ୟୁତ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଛି । ଯାହା ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ବ୍ୟାହତ କରୁଛି ।