ବିଶ୍ୱକୁ ଇରାନର ଚେତାବନୀ
ବ୍ୟାରେଲ ପିଛା ୨୦୦ ଡଲାର ଦେବାକୁ ପ୍ରସ୍ତୁତ ରୁହ
ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଇରାନ ତା’ର ରଣନୀତି ବଦଳାଇଛି । ଇରାନ ଏବେ କେବଳ ଆମେରିକା ଓ ଇସ୍ରାଏଲ ବିରୋଧରେ ଅସ୍ତ୍ରଶସ୍ତ ପ୍ରୟୋଗ କରୁନାହିଁ ବରଂ ଆଉ ଏକ ଫ୍ରଂଟ ଖୋଲିଛି । ଆଉ ଏହି ନୂତନ ଫ୍ରଂଟ ହେଉଛି ଅର୍ଥନୈତିକ ଯୁଦ୍ଧ ।
ଇରାନ ତୈଳ ଓ ଗ୍ୟାସ ପରିବହନ ପାଇଁ ମଧ୍ୟପ୍ରାଚ୍ୟରେ ଏକମାତ୍ର ଜଳପଥ ଷ୍ଟ୍ରେଟ ଅଫ ହର୍ମୁଜକୁ ବନ୍ଦ କରିବା ସହିତ ସମଗ୍ର ବିଶ୍ୱବାସୀଙ୍କୁ ସଂକଟରେ ପକାଇଛି ।
କେବଳ ସେତିକି ନୁହେଁ ଇରାନ ତା’ର ନୂତନ ରଣନୀତି ଯୋଗେ ଅଶୋଧିତ ତୈଳର ଦରକୁ ଆକାଶଛୁଆଁ କରିବାକୁ ବସିଛି । ତେଣୁ ସେ କାହାରିକୁ ଟୋପାଏ ବି ତେଲ ଦେଉନି ବା ଦେବାକୁ ଛାଡ଼ୁନି ।
ଖାଲି ସେତିକି ନୁହେଁ ଆଗକୁ ବ୍ୟାରେଲ ପିଛା ୨୦୦ ଡଲାର ବା ୧୮ ହଜାର ୪୫୦ ଟଙ୍କା ୬୬ ପଇସା ଦେବାକୁ ପ୍ରସ୍ତୁତ ରହିବା ପାଇଁ ଚେତାବନୀ ଦେଇଛି । କାରଣ ଯଦି ଏଭଳି ହୁଏ ତା’ହେଲେ ଏହା ନିଶ୍ଚିତ ଆମେରିକାକୁ ଅସୁବିଧାରେ ପକାଇବ ।
ଅନ୍ୟପଟେ ଗତ ଫେବୃଆରୀ ୨୮ ତାରିଖରୁ ଇରାନ ସହିତ ଯୁଦ୍ଧ ଲାଗିବା ପରେ ଆମେରିକା ଏଯାବତ ବିପୁଳ ଅର୍ଥ ହରାଇସାରିଲାଣି ।
ଆମେରିକୀୟ ପ୍ରତିରକ୍ଷା ସଂସ୍ଥା ପେଂଟାଗନ ଅନୁଯାୟୀ ଗତ ଫେବୃୟାରୀ ୨୮ ତାରିଖରୁ ୬ ଦିନ ପର୍ଯ୍ୟନ୍ତ ଆମେରିକା ୧୧.୨ ବିଲିୟନ ଡଲାର ଖର୍ଚ୍ଚ କରିଥିଲା ।
ଏବେ ଏହି ଯୁଦ୍ଧକୁ ଜିତିବା ପାଇଁ ପ୍ରତିଦିନ ଆମେରିକା ୮୦୧ ବିଲିୟନ ଡଲାର କ୍ଷତି ସହୁଛି ।
ଯଦି ଏହି ଯୁଦ୍ଧ ଲମ୍ବା ଚାଲେ ତା’ହେଲେ ଆମେରିକା ସାଂଘାତିକ ଅର୍ଥନୈତିକ କ୍ଷତି ସହିବ । ଏଥିସହ ତେଲ ମୂଲ୍ୟ ଆକାଶଛୁଅାଁ ହେବ ଯାହା ପାଇଁ ସାରା ବିଶ୍ୱ ଆମେରିକାକୁ ଦାୟୀ କରିବ ଏବଂ ତାକୁ ବିରୋଧ କରିବ ।