ଚାବାହାର ବନ୍ଦର ଉପରେ ଆମେରିକାର ବୋମାମାଡ଼
ଆମେରିକାର ଲଢ଼ୁଆ ବିମାନଗୁଡ଼ିକ ରବିବାର ରାତିରେ ଇରାନର ଚାବାହର ବନ୍ଦର କମ୍ପ୍ଲେକ୍ସରେ ଥିବା ଫ୍ରି ଟ୍ରେଡ୍ ଇଣ୍ଡଷ୍ଟ୍ରିଆଲ ଜୋନ ଉପରେ ପ୍ରବଳ ବୋମାମାଡ଼ କରିଥିବା ଜଣାପଡ଼ିଛି ।
୧୯୯୨ରେ ପାକିସ୍ତାନ ସୀମା ସଂଲଗ୍ନ ଇରାନର ସିସ୍ତାନ ଓ ବେଲୁଚିସ୍ତାନ ପ୍ରଦେଶ ମଧ୍ୟବର୍ତୀ ସ୍ଥାନରେ ଏହି ଟ୍ରେଡ ଜୋନକୁ ବ୍ୟବହାର ଉପଯୋଗ କରିବା ପାଇଁ ଭାରତର ସହାୟତା ନେଇଥିଲା ।
ଭାରତ ମଧ୍ୟ ଏହାର ବିକାଶ ପାଇଁ ବହୁ ଅର୍ଥ ବିନିଯୋଗ କରିଛି ।
ତେବେ ଏହି ଆକ୍ରମଣରେ କ୍ଷୟକ୍ଷତିର କୌଣସି ସଠିକ ସୂଚନା ମିଳିପାରି ନାହିଁ ।
ସେପଟେ ଚାବାହାର ବନ୍ଦର ଉପରେ ଆମେରିକୀୟ ବାୟୁସେନାର ଆକ୍ରମଣକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଛି । କାରଣ ଏହା ଭିତିଭୂମିର ବିକାଶ ପାଇଁ ଭାରତ ଏଠାରେ ବହୁ କୋଟି ଟଂକା ଖର୍ଚ କରିସାରିଛି ।