ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣ, ୨୩ ମୃତ
ନାଇଜେରିଆର ଉତର-ପୂର୍ବ ବାର୍ନୋ ରାଜ୍ୟର ରାଜଧାନୀ ମଇଦୁଗୁରିରେ ହୋଇଥିବା ସନ୍ଦିଗ୍ଧ ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୨୩ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୦୮ଜଣ ଭଳି ଆହତ ହୋଇଛନ୍ତି ।
ସୋମବାର ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାରେ ଏକ ଡାକଘର, ଏକ ସାପ୍ତାହିକ ବଜାର ଓ ମାଇଦୁଗୁରି ଡାକ୍ତରୀ ବିଶ୍ୱବିଦ୍ୟାଳୟରେ କିଛି ମିନିଟ୍ ଧରି ବିସ୍ଫୋରଣ ହୋଇଥିଲା ।
ଏହି ସହର ଏକଦା ଆତଙ୍କବାଦୀ ଇସଲାମବାଦୀ ଗୋଷ୍ଠୀ ବୋକୋ ହାରାମ ଦ୍ୱାରା ବିଦ୍ରୋହର କେନ୍ଦ୍ରସ୍ଥଳ ଭାବେ ପରିଚିତ ଥିଲା ।
ତୀବ୍ର ସାମରିକ ଅଭିଯାନ ସଶସ୍ତ୍ର ଗୋଷ୍ଠୀକୁ ଦୂରବର୍ତୀ ସୀମାନ୍ତ ଅଂଚଳକୁ ଠେଲିଦେବା ପରେ ଏଠାରେ ଅପେକ୍ଷାକୃତ ଶାନ୍ତି ବିରାଜମାନ ଥିଲା ।
ବୋର୍ନୋ ପୁଲିସ ଏକ ବିବୃତିରେ କହିଛି ଯେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି ଘଟଣା ସନ୍ଦିଗ୍ଧ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଦ୍ୱାରା ଘଟାଯାଇଥିଲା ।
ଆକ୍ରମଣକାରୀଙ୍କ ପରିଚୟ ଜାଣିବା ନିମନ୍ତେ ତଦନ୍ତ ଜାରି ରହିଛି ।