ବଢ଼ୁଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରକୋପ
ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଥମିନି । ଯାହାଦ୍ୱାରା ପଶ୍ଚିମ ଏସିଆରେ ଯୁଦ୍ଧର ଭୟଙ୍କରତା ବୃଦ୍ଧି ପାଇବାକୁ ଲାଗିଛି ।
ଆଜି ଇରାନ ଦୁବାଇରେ ଆମେରିକା ସେନାର ଦୁଇଟି ଗୁପ୍ତ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହା ସହିତ ଓମାନ ନିକଟରେ ଆମେରିକା ନେସାର ଏକ ପରିବହନ ଜାହାଜକୁ ମଧ୍ୟ ଇରାନ କ୍ଷେପଣାସ୍ତ୍ର ମାଡ଼ କରି କ୍ଷତିଗ୍ରସ୍ତ କରିଛି ।
ଅନ୍ୟପଟେ ହୁତି ବିଦ୍ରୋହୀମାନେ ଯୁଦ୍ଦରେ ସାମିଲ ହୋଇ ଇସ୍ରାଏଲ ଉପରେ ପ୍ରଥମ ବାଲିଷ୍ଟିକ ମିସାଇଲ ଆକ୍ରମଣ କରିଛନ୍ତି । କୁଏତ, ଦୁବାଇ ଓ ଆବୁଧାବିରେ ଇରାନ ତୁହାକୁକୁହା କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରି ଆତଙ୍କ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଇରାନର ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ହର୍ମୁଜ ଷ୍ଟ୍ରେଟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟ୍ରେଟ ବୋଲି ମନ୍ତବ୍ୟ ଦେବା ସହ ଖୁବ୍ଶୀଘ୍ର ଆମେରିକା ଏହାକୁ ନିଜ ନିୟନ୍ତ୍ରଣକୁ ନେବ ବୋଲି ଦାବି କରିଛନ୍ତି ।
ଜଣାପଡ଼ିଛି ଯେ ଦୁବାଇରେ ଆମେରିକୀୟ ସେନାର ଦୁଇଟି ଲୁକ୍କାୟିତ ଶିବିର ଉପରେ ଇରାନ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରି ଶତ୍ରୁ ଶିବିରରେ କମ୍ପନ ସୃଷ୍ଟି କରିଛି ।
ଦୁଇ ଶିବିରରେ ଆମେରିକା ପ୍ରାୟ ୫୦୦ଜଣ ସୈନିକ ଥିବାବେଳେ ଇରାନ ଏହି ଆକ୍ରମଣ କରିଥିବାରୁ ବହୁ ସଂଖ୍ୟାରେ ମୃତାହତ ହୋଇଥିବା ଦାବି କରାଯାଇଛି ।
ଇରାନ କହିଛି େ ଟ୍ରମ୍ପ ଓ ଆମେରିକୀୟ ସେନାର ନେତୃତ୍ୱ ବୁଝିବା ଉଚିତ ଯେ ଏହି ଅଂଚଳ ଆମେରିକୀୟ ସୈନିକଙ୍କ ପାଇଁ କବରସ୍ଥାନ ହୋଇପାରେ ଏବଂ ସେମାନେ ଇରାମର ବୀର ଯୋଦ୍ଦାଙ୍କ ସାମନାେ ଆକ୍ମସମର୍ପଣ କରିବାକୁ ବାଧ୍ୟ ହେବେ ।
ଆଜିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଇରାନ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଓମାନର ସଲାଲାହ ବନ୍ଦର ନିକଟରେ ଆମେରିକାର ସେନାର ଏକ ପରିବହନ ଜାହାଜକୁ ଲକ୍ଷ୍ୟ କରି ଆକ୍ରମଣ କରିଛି ଏବଂ ଏଥିରେ ଜାହାଜଟି ବୁଡ଼ି ଯାଇଥିବା ମଧ୍ୟ ଦାବି କରାଯାଉଛି ।
ଏହା ସାମୁଦ୍ରିକ କ୍ଷେତ୍ରରେ ଯୁଦ୍ଦର ନୂଆ ବିସ୍ତାର ସୂଚିତ କରୁଛି ଏବଂ ହର୍ମୁଜ ଷ୍ଟ୍ରେଟ ଓ ଆରବ ସାଗରରେ ଜାହାଜ ଚଳାଚଳକୁ ଅଧିକ ବପନ୍ନ କରିଛି ।
ଅନ୍ୟପକ୍ଷରେ ଆଜି ମିଆମିରେ ଏକ ସାଉଦି ସମର୍ଥିତ ଫୋରମ୍ରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏପ୍ରିଲ୍ ୬ ତାରିଖ ପର୍ଯ୍ୟନ୍ତ ଇରାନ ପାଇଁ ଶେଷ ସୁଯେଗ ବୋଲି ଦୋହରାଇଛନ୍ତି ।