ଇରାନର ଧମକ ପରେ ହ୍ୱାଇଟ ହାଉସକୁ ଟାର୍ଗେଟ
ରାଷ୍ଟ୍ରପତିଙ୍କ ବାସଭବନ ହେଉଛି ଆମେରିକାର ରାଜଧାନୀ ୱାଶିଂଟନର ସବୁଠୁ ସୁରକ୍ଷିତ ଅଂଚଳ । ଯଦି ସେଠାରେ ଗୁଳି ଚାଳନା ଭଳି ଘଟଣା ଘଟେ, ତେବେ ତାହା ଚିନ୍ତାର ବିଷୟ ।
କାରଣ ଏଭଳି ଘଟଣା ରବିବାର ଘଟିଥିବା ଜଣାପଡ଼ିଛି । ଯାହାକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ରହିଛନ୍ତି ।
ଘଟଣାଟି ହ୍ୱାଇଟ୍ ହାଉସ ସମ୍ମୁଖ ଲାଫାଏଟ ପାର୍କ ନିକଟରେ ଘଟିଛି । ଯଦିଓ ଏଥିରେ କେହି ଆହତ ହୋଇନାହାଁନ୍ତି, ତଥାପି ଗୁଳି ଚଳାଇଥିବା ବ୍ୟକ୍ତିଜଣକ ଫେରାର ଥିବା ଜଣାପଡ଼ିଛି । ସିକ୍ରେଟ ସର୍ଭିସ୍ ପକ୍ଷରୁ କୁହାଯାଇଛି ଯେ ସନ୍ଦିଗ୍ନ ବ୍ୟକ୍ତି ଏବଂ ଗାଡ଼ିକୁ ଖୋଜା ଚାଲିଛି ।
ପୂର୍ବରୁ ମାର୍ଚ ୧୯ରେ ଆମେରିକାର ଅଜଣା ଡ୍ରୋନର ଏକ ଘଟଣା ହୋଇଥିଲା, ଯେଉଁଥିରେ ଏକ ଡ୍ରୋନ ସାମରିକ ଘାଟି ନିକଟରେ ଦେଖାଯାଇଥିଲା । ଯେଉଁଠାରେ ଅନେକ ବରିଷ୍ଠ ଆମେରିକୀୟ ଅଧିକାରୀମାନେ ରୁହନ୍ତି । ଏହି ଘଟଣା ପରେ ହ୍ୱାଇଟ୍ ହାଉସରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା ।
ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବିଶ୍ୱବ୍ୟାପୀ ଆମେରିକୀୟ ଦୂତାବାସ ପାଁ ଏକ ବିଶ୍ୱସ୍ତରୀୟ ସୁରକ୍ଷା ସତର୍କତା ଜାରି କରାଯାଇଥିଲା । ମ୍ୟାକଡିଲ ବାୟୁସେନା ଘାଟି ଏବଂ ମିଳିତ ଘାଟି ମ୍ୟାକଗୁୟାର-ଡିକ୍ସ-ଲେକହର୍ଷର ସୁରକ୍ଷା ସ୍ଥିତିକୁ ଚାର୍ଲି ଭାବେ ବଢ଼ାଇ ଦିଆଯାଇଛି ।
ଯାହାକି ଏକ ସମ୍ଭାବ୍ୟ ଆକ୍ରମଣକୁ ସୂଚିତ କରୁଛି । ଏଠାରେ ପ୍ରଶ୍ନ ଯେ ଯଦି ମହାଶକ୍ତି ଭାବେ ପରିଚିତ ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ଗୁଳିକାଣ୍ଡ ଘଟେ, ତେବେ ତାହା ଅତ୍ୟନ୍ତ ଚିନ୍ତାଜନକ । କାରଣ ବର୍ତମାନ ଆମେରିକା ଇରାନ ସହିତ ଯୁଦ୍ଧ କରୁଛି ଏବଂ ଗରିଲା ଯୁଦ୍ଧ ନେଇ ବିଚଳିତ ରହିଛି ।
ଇରାନ ସବର୍ଥକ ଗୋଷ୍ଠେୀଗୁଡ଼ିକ ବିଭିନ୍ନ ସ୍ଥାନରେ ଉପସ୍ଥିତ ଅଛନ୍ତି, ତେଣୁ ଗୁଳିକାଣ୍ଡ ଅବା ଲୋନ ୱଲ୍ଫ ଆକ୍ରମଣ ହୋଇପାରେ । ,ହି ସମୟରେ ଇରାନର ଡ୍ରୋନ ପ୍ରଯୁକ୍ତିବିଦ୍ୟା ଉଚ୍ଚକୋଟିର ରହିଛି ।
ତେଣୁ ଆମେରିକା ଏହି ସୁରକ୍ଷା ଉଲ୍ଲଂଘନକୁ ବହୁତ ଗମ୍ଭୀରତାର ସହିତ ନେଉଥିବା ଜଣାପଡ଼ିଛି ।