ମାଟିରେ ମିଶିବ ଇରାନ ସଭ୍ୟତା : ଟ୍ରମ୍ପ
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ବଡ଼ ଧମକ ଦେଇଛନ୍ତି । ହର୍ମୁଜ ପ୍ରଣାଳୀ ଖୋଲିବାକୁ ଟ୍ରମ୍ପ ଇରାନକୁ ଦେଇଥିବା ଡେଡଲାଇନ ଆଜି ରାତିରେ ଶେଷ ହେବାକୁ ଯାଉଛି ।
ଇରାନୀୟ ସମୟ ଭୋର ୩ଟା ୩୦ମିନିଟ୍ ଓ ଆମେରିକା ସମୟ ରାତ୍ରି ୮ଟା ବେଳକୁ ଏହି ସମୟସୀମା ଶେଷ ହେବ ।
ଏହା ପୂର୍ବରୁ ଟ୍ରମ୍ପ ଟ୍ରୁଥ ସ୍ପେଶାଳରେ ଇରାନକୁ ଧମକ ଦେଇଥିବା ଜଣାପଡ଼ିଛି । ଆଜି ରାତିରେ ପୁରା ଇରାନ ସଭ୍ୟତା ମାଟିରେ ମିଶିଯିବ ବୋଲି ସେ କହିଛନ୍ତି ।
ଏପରି ଧମକ ଦେଇ ସେ ଇରାନ ଉପରେ କୌଣସି ବଡ଼ ଆକ୍ରମଣର ସଂକେତ ଦେଇଥିବା ମନେହୁଏ । ଟ୍ରମ୍ପ କହିଛନ୍ତି ଯେ ଆଜି ରାତିରେ ଗୋଟିଏ ସଭ୍ୟତାର ଅନ୍ତ ହୋଇଯିବ । ଏହାକୁ ଆଉ କେବେ ହେଲେ ଜୀବିତ କରାଯାଇ ପାରିବ ନାହିଁ ।
ମୁଁ ଏଭଳି ନ ଚାହୁଁଥିଲେ ବି ସମ୍ଭବତଃ ଏପରି ହେବ । ସେ ଧମକ ଦେଇଥିଲେ ହେଁ ଶେଷ ସମୟରେ ଏହାକୁ ରଦ୍ଦ କରାଯାଇ ପରେ ବୋଲି ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଆଜି ରାତି ବିଶ୍ୱର ଦୀର୍ଘ ଓ ଜଟିଳ ଇତିହାସର ସବୁଠାରୁ ମହତ୍ୱପୂର୍ଣ୍ଣ ସମୟ ହେବ । ଏହାକୁ ଆମେ ସମସ୍ତେ ଦେଖିବା ।
ଯଦି ଓ ଏବେ ଇରାନରେ ଶାସନ ସମ୍ପୂର୍ଣ୍ଣ ପରିବର୍ତନ ହୋଇସାରିଛି, ବେ ଇରାନରେ ଅଲଗା, ଅଧିକ ବୁଦ୍ଧିମାନ ଓ କମ୍ କଟ୍ଟରପନ୍ଥୀ ଚିନ୍ତାଧାରାର ଲୋକ କ୍ଷମତାରେ ରହିଛନ୍ତି ।
ଯାହାଦ୍ୱାରା ଦେଶରେ କିଛି ପରିବର୍ତନ ଘଟିପାରେ ।