ଲେବାନନକୁ ନେଇ ଅଟକିଛି ଆଲୋଚନା
ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆମେରିକା ଏବଂ ଇରାନ ମଧ୍ୟରେ ଅବିଶ୍ୱାସ ଜାରି ରହିଛି ।
ଆମେରିକା ପ୍ରତିନିଧି ଦଳ ଇସଲାମବାଦରେ ଚାରି ଘଂଟା ହେଲା ପହଂଚି ସାରିଥିଲେ ମଧ୍ୟ ଇରାନ ସହିତ କୌଣସି ସିଧାସଳଖ ଆଲୋଚନା ହୋଇପାରି ନାହିଁ ।
ଆମେରିକା ପ୍ରତିନିଧି ଦଳର ନେତୃତ୍ୱ ଉପରାଷ୍ଟ୍ରପତି ଜେଡି ଭାନ୍ସ ନେଉଥିବାବେଳେ ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନର ମଧ୍ୟ ଅଛନ୍ତି । ଇରାନ ବିଦେଶ ମନ୍ତ୍ରୀ ଆବାସ ଅରାଘଚି ତାଙ୍କ ଜର୍ମାନ ପ୍ରତିନକ୍ଷଙ୍କ ସହିତ କଥାବାର୍ତା କରି କହିଛନ୍ତି ଯେ ତେହେରାନ ଆମେରିକା ଉପରେ ବିଶ୍ୱାସ କରି ପାରୁନଥିବାବେଳେ ବିଶ୍ୱାବାସ ବିନା ଆଲୋଚନାରେ ପ୍ରବେଶ କଲେ ଛଅ ସପ୍ତାହ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପ୍ରୟାସ ଆହୁରି ଜଟିଳ ହୋଇପଡ଼ିବ ।
ଯୁଦ୍ଦରତ ଦୁଇ ପକ୍ଷ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ବିନା ପାକିସ୍ତାନ ମଧ୍ୟସ୍ଥତାରେ ତ୍ରିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ପାକିସ୍ତାନୀ ଅଧିକାରୀମାନେ ଆମେରିକା ଏବଂ ଇରାନ ପ୍ରତିନିଧିମଣ୍ଡଳୀଙ୍କ ସହ ପୃଥକ ଆଲୋଚନା କରୁଛନ୍ତି ।
ଯୁଦ୍ଧ ବରତି ଏବଂ ଲେବାନନରେ ଇସ୍ରାଏଲର ଆକ୍ରମଣ ବନ୍ଦ କରିବା ଭଳି ପ୍ରମୁଖ ପୂର୍ବ ସର୍ତ ପୂରଣ ହେବା ପରେ ହିଁ ଇରାନ ଆମେରିକା ଏବଂ ପାକିସ୍ତାନ ସହିତ ତ୍ରିପାକ୍ଷିକ ଆଲୋଚନାରେ ଯୋଗ ଦେବ ବୋଲି ଆଶା କରାଯାଉଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଛନ୍ତି । ପାକିସ୍ତାନୀ ଅଧିକାରୀମାନେ ଆମେରିକୀୟ ପ୍ରତିନିଧିମାନଙ୍କୁ ସାକ୍ଷାତ କରିଛନ୍ତି ।
ଅନ୍ୟପକ୍ଷରେ ଇରାନ ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଏବଂ ଅରାଘଚି ସମେତ ଇରାନୀ ପ୍ରତିନିଧିମାନଙ୍କ ସହିତ ପୃଥକ ଭାବରେ ଆଲୋଚନା କରୁଛନ୍ତି । ଇସଲାମାବାଦରୁ ଅଲ ଜାଜିରା ରିପୋର୍ଟ କରିଛି ଯେ କିଛି ପୂର୍ବ ସର୍ତ ପୂରଣ ହେବା ପରେ ହିଁ ଇରାନ ଆମେରିକା ଏବଂ ପାକିସ୍ତାନ ସହିତ ତ୍ରିପାକ୍ଷିକ ଆଲୋଚନା କରିବ । ଏଥିରେ ମୁଖ୍ୟ ପ୍ରସଙ୍ଗ ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ ରହିଛି ।
ଅନ୍ୟ ଏକ ସ୍ରଙ୍ଗରେ କତର ଓ ଅନ୍ୟ ବିଦେଶୀ ବ୍ୟାଙ୍କରେ ଜବତ ହୋଇଥିବା ଇରାନ ସମ୍ପତି ରିଲିଜ କରିବାକୁ ନେଇ ରହିଛି । ଏହା ସହିତ ସାରା ଅଂଚଳରେ ଯୁଦ୍ଧ ବିରତି, ଯୁଦ୍ଧ କ୍ଷତିପୂରଣ ପ୍ରଦାନ ଓ ହର୍ମୁଜ ପ୍ରଣାଳୀକୁ ନେଇ ସର୍ତ ମଧ୍ୟ ରହିଛି ।