ଇରାନକୁ ପୁଣି ଟମ୍ପଙ୍କ ଧମକ
‘ଡିଲ ନଚେତ ବୋମାମାଡ଼’
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଏବେ ୧୦ ଦିନ ପାଇ ଆପାତତଃ ଯୁଦ୍ଧବିରତି ଯୋଗୁଁ ବନ୍ଦ ରହିଛି ।
ଗତ ସପ୍ତାହରେ ପାକିସ୍ତାନର ମଧ୍ୟସ୍ଥତାରେ ଇସଲାମାବାଦରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ ଏବଂ ଇରାନ ପାର୍ଲାଳମେଂଟ ସଚିବ ବାଘେରଙ୍କ ପ୍ରତିନିଧି ଦଳଙ୍କ ମଧ୍ୟରେ ୨୧ ଘଂଟାର ଶାନ୍ତିବାର୍ତା ଫେଲ ମାରିସାରିଛି ।
ଏହା ସତ୍ୱେ ପାକିସ୍ତାନର ସେନାମୁଖ୍ୟ ମୁନିର ବ୍ୟକ୍ତିଗତ ଭାବେ ଇରାନର ତେହେରାନ ଯାଇ ପୁନଃ ଶାନ୍ତି ଆଲେଚାନାପାଇଁ ଚେଷ୍ଟା କରିଛନ୍ତି ।
ଅନ୍ୟପଟେ ଇତିମଧ୍ୟରେ ନିଜର ବାଚଳାମି ଛାଡ଼ି ନପାରି ପୁଣି ଥରେ ଇରାନକୁ ଧମକାଇଛନ୍ତି ଯେ, ‘ଡିଲ କର ନଚେତ ବୋମାମାଡ଼ ହେବ’ । ଯଦି ଇରାନ ଆତ୍ମସମର୍ପଣ ନ କରେ ତା’ହେଲେ ଦୁର୍ଭାଗ୍ୟବଶତଃ ଆମକୁ ପୁଣି ଥରେ ବୋମା ପକାଇବାକୁ ପଡ଼ିବ ।
ଏଥିସହ ଇରାନର ସମସ୍ତ ବନ୍ଦରଗୁଡ଼ିକ ଉପରେ ନିରନ୍ତର ଅବରୋଧ ଜାରି ରହିବ । ଏପରିକି ବୁଧବାର ସୁଦ୍ଧା ଡିଲ ନହେଲେ ଯୁଦ୍ଧବିରତି ବୃଦ୍ଧି କରାଯାଇପାରିବ ନାହିଁ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।
ଫଳରେ ଆଗାମୀ ସପ୍ତାହରେ ଇସଲାମାବାଦରେ ଇରାନ ଓ ଆମେରିକା ମଧ୍ୟରେ ହେବାକୁ ଥିବା ଶାନ୍ତି ଆଲୋଚନାକୁ ନେଇ ସମଗ୍ର ବିଶ୍ୱରେ ସନେ୍ଦହ ଉପୁଜିଛି ।