କ’ଣ ଟ୍ରମ୍ପ ମାନସିକ ଅସୁସ୍ଥ ?
ସତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ ମାନସିକ ଭାବେ ଅସୁସ୍ଥ ?
ଏବେ ଏହି ପ୍ରଶ୍ନ ସମଗ୍ର ବିଶ୍ୱବାସୀଙ୍କ ମନରେ ଉଙ୍କି ମାରିଛି । କାରଣ ଘଂଟାକୁ ଘଂଟା ମଧ୍ୟପ୍ରାଚ୍ୟ ଯୁ୍ଦ୍ଧ ନେଇ ବୟାନ ବଦଳାଇ ଚାଲିଛନ୍ତି ଟ୍ରମ୍ପ ।
ଇରାନକୁ କେତେବେଳେ ଧ୍ୱଂସ କରିଦେବାକୁ ଧମକ ଦେଉଛନ୍ତି ତ ଆଉ କେତେବେଳେ ଏହି ଯୁଦ୍ଧରେ ତାଙ୍କୁ ସମର୍ଥନ କରୁନଥିବା ଦେଶଗୁଡ଼ିକୁ ଦେଖାଉଛନ୍ତି ନାଲି ଆଖି ।
ଟ୍ରମ୍ପଙ୍କ ବୟସ ୨୦୨୬ ୧୪ ଜୁନରେ ୮୦ ବର୍ଷ ବୟସରେ ପଦାର୍ପଣ କରିବେ । ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତି ଆମେରିକା ଭଳି ଏକ ସୁପରପାୱାର ଦେଶର ନେତୃତ୍ୱ ନେଇପାରିବେ ବା ସମ୍ଭାଳିପାରିବେ କି ନାହିଁ ତାହାକୁ ନେଇ ଆମେରିକାରେ ମଧ୍ୟ ଚର୍ଚ୍ଚା ଜୋର ଆସିଛି ।
କାରଣ ଏବେ ଟ୍ରମ୍ପ ମ୍ୟାଡମ୍ୟାନ ଥିଓରି ଆପଣାଉଥିବା ଶୁଣିବାକୁ ମିଳୁଛି । ଦିନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚର୍ଡ ନିକସନ ମଧ୍ୟ ଏଭଳି ପାଗଳାମି କରୁଥିଲେ ।
ନିକସନ ସେତେବେଳେ ସାରା ବିଶ୍ୱରେ ନିଜର ଦବଦବା ଜାହିର କରିବା ପାଇଁ ନିଜକୁ ଅସ୍ଥିର ଭାବେ ବିବେଚିତ କରୁଥିଲେ । ତେବେ ଟ୍ରମ୍ପ ଏବେ ସୋସିଆଲ ମିଡିଆରେ ଭିନ୍ନ ଭି୍ନ୍ନ ବୟାନ ଦେବା ଆରମ୍ଭ କରିଦେଇଛନ୍ତି ।
ଟ୍ରମ୍ପଙ୍କ ଏଭଳି ବାଚାଳାମୀ କୁ ନେଇ ଦି ନୁ୍ୟୟର୍କ ଟାଇମ୍ସ ପକ୍ଷରୁ ତାଙ୍କର ମାନସିକ ଅସୁସ୍ଥତାକୁ କୁ ନେଇ ଟିପ୍ପଣୀ ଦେଇସାରିଛି ।
ଯଦିଓ ଏହାକୁ ହ୍ୱାଇଟ ହାଉସ ଦୃଢ଼ ଭାବେ ଖଣ୍ଡନ କରିଛି ତଥାପି ଟ୍ରମ୍ପଙ୍କ ଦୃଢ଼ ସମର୍ଥକ ଭାବେ ପରିଗଣିତ ପୂର୍ବତନ ସାଂସଦ ଏମଏସ ଗ୍ରୀନା ମଧ୍ୟ ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ନିଷ୍ପତି ତାଙ୍କର ଅସୁସ୍ଥ ମାନସିକତାର ଫଳ ବୋଲି କହିସାରିଛନ୍ତି ।
ସେହିଭଳି ଆଲେକ୍ସ ଜୋନ୍ସ ମଧ୍ୟ ଟ୍ରମ୍ପ ମାନସିକ ଭାବେ ଅସୁସ୍ଥ ଥିବା କହିଛନ୍ତି ।