ପୁଣି ବଢ଼ିଲା ଅଶୋଧିତ ତୈଳ ଦର
ରାତି ପାହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷିତ ୧୪ ଦିନିଆ ଯୁଦ୍ଧବିରତି ଶେଷ ହୋଇଯିବ ।
ତେଣେ ଟ୍ରମ୍ପଙ୍କ ବାଚାଳାମି ଯୋଗୁଁ ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ଅବସାନ ନିମନ୍ତେ ଦେଖାଯାଇଥିବା ସାମାନ୍ୟ ସମ୍ଭାବନା ମଧ୍ୟ ଶେଷ ହୋଇଯାଇଛି ।
ଏଣୁ ଇରାନ ପୁଣି ଥରେ ହର୍ମୁଜ ପ୍ରଣାଳୀକୁ ଅବରୋଧ କରିରଖିଛି ।
ଫଳରେ ବିଶ୍ୱରେ ଅଶୋଧିତ ତୈଳର ଦର ପୁଣି ବଢ଼ିବାରେ ଲାଗିଛି । ଅଶୋଧିତ ତୈଳ ଦର ୭ ପ୍ରତିଶତ ବଢ଼ି ଏବେ ୯୦.୩୩ ଡଲାରୁ ୯୬.୮୮ ଡଲାରକୁ ବୃଦ୍ଧି ପାଇଛି ।
ବିଶେଷ କରି ପାରସ୍ୟ ଉପସାଗରରେ ଆମେରିକାର ଅବରୋଧ ଏବଂ ସୋମବାର ଇରାନୀୟ ଜାହାଜ ‘ତୌସ୍କା’କୁ ଜବତ ପରେ ଅଶୋଧିତ ତୈଳଦର ପୁଣି ଥରେ ବଢ଼ିବାରେ ଲାଗିଛି ।