ବାଣ କାରଖାନାରେ ବିସ୍ଫୋରଣ, ୨୧ ମୃତ
ଚୀନର ଲିଉୟାଙ୍ଗରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି ।
ଏଥିରେ ୨୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୧ଜଣ ଆହତ ହୋଇଛନ୍ତି ।
ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଗୁଆଣ୍ଡୁ ଟାଉନସିପରେ ଥିବା ଲିଉୟାଙ୍ଗ ହୁଆଶେଙ୍ଗ ବାଣ କାରଖାନା ନିର୍ମାଣ ଏବଂ ପ୍ରଦର୍ଶନ ସହଯୋଗ କାରଖାନାରେ ଏହି ଦୁର୍ଘଟଣା ଘଟିଥିଲା ।
ଉଦ୍ଧାର ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଂଚି ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ ।
ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା କରାଯାଉଛି ।