ଧୋକା ଦେଇଛି ପାକିସ୍ତାନ : ୟୁଏସ
ଗତ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ ଏବଂ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ପାକିସ୍ତାନ ନିଜ ଆଡ଼ୁ ମଧ୍ୟସ୍ଥତା କରିବ ବୋଲି ପ୍ରସ୍ତାବ ଦେଇଥିଲା ।
ବିଶେଷ କରି ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ନିମନ୍ତେ ପାକିସ୍ତାନ ଏହି ପଦକ୍ଷେପ ନେବାକୁ ଆଗ୍ରହ ପ୍ରକାଶ କରିଥିଲା ।
ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହନୱାଜ ସରିଫଙ୍କ ଅଧ୍ୟକ୍ଷତାରେ ଇରାନର ପ୍ରତିନିଧି ଦଳ ଓ ଆମେରିକୀୟ ପ୍ରତିନିଧି ଦଳ ଇସଲାମାବାଦରେ ଏକଜୁଟ ହୋଇଥିଲେ ।
ଫଳରେ ସାରା ବିଶ୍ୱବାସୀ ଶାନ୍ତିର ଆଶା ରଖିଥିଲେ; ମାତ୍ର ଏହି ଶାନ୍ତି ଆଲୋଚନା ବିଫଳ ହୋଇଥିଲା ।
ତେବେ ବର୍ତମାନ ଆଉ ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି ।
ପ୍ରକୃତରେ ପାକିସ୍ତାନ ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ କରିବା ପାଇଁ ଶାନ୍ତିଦୂତର ନାଟକ କରୁଥିଲା ।
ଏହା ପଛରେ ତା’ର ଅନ୍ୟ କିଛି ମନ୍ଦ ଉଦେ୍ଦଶ୍ୟ ଥିଲା ବୋଲି ଆମେରିକା ଅଭିଯୋଗ କରିଛି ।
କାରଣ ଏହି ଶାନ୍ତି ଆଲୋଚନାବେଳେ ପାକିସ୍ତାନ ତା’ର ମାଟିରେ ଇରାନର ଲଢ଼ୁଆ ବିମାନକୁ ଅବତରଣ ପାଇଁ ସୁଯୋଗ ଦେଇଥିଲା ବୋଲି ଆମେରିକା ଅଭିଯୋଗ କରିଛି ।
ପାକିସ୍ତାନର ନୂର ଖାନ ଏୟାରବେସରେ ଇରାନୀୟ ଫାଇଟର ଜେଟ୍ଗୁଡ଼ିକୁ ଗୁପ୍ତରେ ଅବତରଣ କରିବାକୁ ପାକିସ୍ତାନ ସରକାର ସୁଯୋଗ ଦେଇଥିଲେ ବୋଲି ଜଣେ ଆମେରିକୀୟ ସିନେଟର ଅଭିଯୋଗ ଆଣିଛନ୍ତି ।
ତେଣେ ଆମେରିକା ଏହି ଅଭିଯୋଗକୁ ପାକିସ୍ତାନ ଦୃଢ଼ ଭାବେ ଖଣ୍ଡନ କରିଛି ।