ଭାରତ ଆସିବେ ପୁଟିନ
ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବେ ।
ଭାରତ ଓ ରୁଷ ମଧ୍ୟରେ ରଣନୈତିକ ଏବଂ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇବା ମଧ୍ୟରେ ଏହି ଗସ୍ତ ହୋିଚି । ଏହି ଗସ୍ତ ଗୋଟିଏ ବର୍ଷ ମଧ୍ୟରେ ପୁଟିନଙ୍କ ଦ୍ୱିତୀୟ ଭାରତ ଗସ୍ତ ହେବ । ଯାହା ଦୁଇ ଦେଶ ମଧ୍ୟରେ ନିରଞ୍ଜନ ଉଚ୍ଚସ୍ତରୀୟ ସମ୍ପର୍କକୁ ରେଖାଙ୍କିତ କରିବ ।
ପୁଟିନ ପୂର୍ବରୁ ଡିସେମ୍ବର ୨୦୨୫ରେ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ କରିଥିଲେ ।
ଏହି ସମୟରେ ସେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ବିସ୍ତାର କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ । ୨୦୨୨ ମସିହାରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରଥମ ଭାରତ ଗସ୍ତ ହୋିଥିବାରୁ ୨୦୨୫ ମସିହାର ବୈଠକ ଗୁରୁତ୍ୱପୂର୍ଣ୍ଣ ଥିଲା ।
ଏହା ପୂର୍ବରୁ ପୁଟିନ ଶେଷ ଥର ପାଇଁ ୨୦୨୧ ମସିହାରେ ନୂଆଦିଲ୍ଲୀ ଗସ୍ତ କରିଥିଲେ ।