ମଙ୍ଗଳ ଗ୍ରହରେ ରହସ୍ୟମୟ ପଥର ସ୍ତୁପ
ମଙ୍ଗଳ ଗ୍ରହରେ ରହସ୍ୟମୟ ପୃଥିବୀଠୁ ହଜାର ହଜାର କିଲୋମିଟର ଦୂରରେ ଥିବା ମଙ୍ଗଳ ଗ୍ରହରେ କେହି ବାସ କରୁଛନ୍ତି କି ? ସେମାନେ ପଥର ଉପରେ ପଥର ଥୋଇ ସ୍ତୁପ ଆକୃତିର କଳାକୃତି କରିଛନ୍ତି କି ?
ନାସାର ରୋଭରର ଏକ ଚିତ୍ର ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ନାସାର ପରସେଭରନ୍ସ ରୋଭର ମଙ୍ଗଳ ଗ୍ରହରୁ ଏପରି କିଛି ଚିତ୍ର ପଠାଇଛି, ଯାହାକୁ ଦେଖିବା ପରେ ବଡ଼ବଡ଼ ବୈଜ୍ଞାନିକମାନେ ଚକିତ ହୋଇ ଯାଇଛନ୍ତି । ଲାଲ ଗ୍ରହର ଏକ ନିର୍ଜନ ଏବଂ ଧୂଳିପୂର୍ଣ୍ଣ ସ୍ଥାନରେ ତିନିଟି ପଥର ଗୋଟିକ ଉପରେ ଗୋଟିଏ କରି ରଖାଯାଇଛି । ଯେପରି କୌଣସି ମଣିଷ ସେଗୁଡ଼ିକୁ ସେଠାରେ ସଜାଇ ରଖିଛନ୍ତି ।
୨୦୨୬ ମସିହା ମେ ୧୩ ତାରିଖରେ ମିଶନର ୧୮୫୯ତମ ମଙ୍ଗଳ ଦିବସରେ ନିଆଯାଇଥିବା ଏହି ଚିତ୍ରଟି ସୋସିଆଲ୍ ମିଡ଼ିଆରେ ଏବଂ ମହାକାଶ ଉତ୍ସାହୀଙ୍କ ମଧ୍ୟରେ ଏକ ବିତର୍କ ସୃଷ୍ଟି କରିଥିବା ପରିଲକ୍ଷିତ ହୋଇଛି । ସ୍ପେସ ଡଟ କମର ଏକ ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନଙ୍କ ଅନୁସାରେ ଏହା ଏଲିଏନ କିମ୍ବା କୌଣସି ଯାଦୁକରୀ ଚମକ୍ରାର ନୁହେଁ । ଏହା ଏକ ବଡ଼ ପଥର ହୋଇଥାଇପାରେ, ଯାହା ସମୟ କ୍ରମେ ପବଳ ପବନ କିମ୍ବା ପ୍ରବାହିତ ଜଳର ଶକ୍ତିଦ୍ୱାରା ଭାଙ୍ଗ ଭାଙ୍ଗି ଏଭଳି ହୋଇଯାଇଛି ।
ଯଦିଓ ଆଜି ମଙ୍ଗଳ ଗ୍ରହ ଶୁଷ୍କ ଏବଂ ଶାନ୍ତ ଦେଖାଯାଉଛି, ଏହାର ଇତିହାସ ବହୁତ ଅଶାନ୍ତ ଥିଲା । ନାସାର କ୍ୟୁରିଓସିଟି ରୋଭରରୁ ମିଳିଥିବା ତଥ୍ୟ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ମଙ୍ଗଳ ଗ୍ରହଣ ଆକାର ପରିବର୍ତନରେ ପବନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ବୈଜ୍ଞାନିକମାନଙ୍କ ଅନୁସାରେ ଅତୀତରେ ମଙ୍ଗଳ ଗ୍ରହଣ ଜଳବାୟୁ ରେନ ଫରେଷ୍ଟ ଭଳି ଆଦ୍ର ଥିଲା ।
ଗତ ପାଂଚ ବର୍ଷ ମଧ୍ୟରେ ପରସିଭରନ୍ସ ରୋଭର ଚିତାବାଘ ପରି ଚିହ୍ନିତ ପଥର, ଜଟିଳ ସୂତା ପରି ଗଠନ ଏବଂ ପପକର୍ନ ପରି ପଥରର ଚିତ୍ର ଉତୋଳନ କରିଛି । ପ୍ରାରମ୍ଭରେ ଏହି ବସ୍ତୁଗୁଡ଼ିକ ରହସ୍ୟମୟ ମନେ ହେଉଥିଲେ ମଧ୍ୟ ବୈଜ୍ଞାନିକମାନେ ପରେ ପ୍ରକୃତ କାରଣ ଆବିଷ୍କାର କରିଥିଲେ ।
୧୯୭୬ ମସିହାରେ ନାସାର ୱାଇକିଙ୍ଗ ମିଶନ ମଙ୍ଗଳ ଗ୍ରହରେ ଏକ ଆକୃତି ପ୍ରକାଶ କରିଥିଲା, ଯାହା ଏକ ମାନବ ମୁହଁ ସଦୃଶ ଥିଲା । ଏହା ଅନେକ କଳ୍ପନାଜଳ୍ପନା ଜନ୍ମ ଦେଇଥିଲା, କିନ୍ତୁ ପରେ ଜଣାପଡ଼ିଥିଲା ଯେ ଏହା ଛାଇ ଆଲୁଅର ଖେଳ ଥିଲା ।ପଥର ସ୍ତୁପ