ଟ୍ରମ୍ପଙ୍କ ଆବ୍ରାହମ ଆକର୍ଡ ଚାପ
ଅକଳରେ ପାକିସ୍ତାନ
ଇରାନ ସହିତ ଆମେରିକା ତା’ର ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଛି । ଏଥିରେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଆବ୍ରାହମ ଆକର୍ଡ ନାମକ ଏକ ସ୍ୱତନ୍ତ୍ର ବିଷୟ ରହିଛି ।
ଏହାଦ୍ୱାରା ଇରାନ ମଧ୍ୟ ଏବେ ଆବ୍ରାହମ ଆକର୍ଡର ଏକ ଅଂଶବିଶେଷ ପାଲଟିଛି ।
ତେଣେ ବିଶ୍ୱର ସମସ୍ତ ମୁସଲିମ ଦେଶଗୁଡ଼ିକ ଉପରେ ଚାପ ପକାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସମସ୍ତଙ୍କୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଆବ୍ରାହମ ଆକର୍ଡରେ ସାମିଲ ହେବାକୁ ସେ ବାଧ୍ୟ କରିଛନ୍ତି ।
ବିଶେଷ କରି ସାଉଦି ଆରବ, ପାକିସ୍ତାନ, ତୁର୍କୀ, ଜୋର୍ଡାନ ଆଦି ଦେଶଗୁଡ଼ିକୁ ଏଥିରେ ସାମିଲ ହେବାକୁ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି ।
ଏହା ଇରାନ ସହ ଚୁକ୍ତିର ଏକ ବଡ଼ ଅଂଶ ବୋଲି ଟ୍ରୁଥ୍ ସୋସିଆଲ ମିଡିଆରେ ଟ୍ରମ୍ପ ଲେଖିଛନ୍ତି ।
ଅନ୍ୟପଟେ ଏହାକୁ ନେଇ ଏବେ ଅକଳରେ ପଡ଼ିଛି ଇରାନ ଓ ଆମେରିକା ମଧ୍ୟରେ ଶାନ୍ତିନାମା ସ୍ୱାକ୍ଷର ପାଇଁ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ।
କାରଣ ଚୁକ୍ତି ସ୍ୱାକ୍ଷର ସମୟରେ ପାକିସ୍ତାନ ନିଜକୁ ଏଥିରେ ଦୂରେଇ ରଖିବାକୁ ଚେଷ୍ଟା କରିଛି ।
ପାକିସ୍ତାନ ସହ ଇସ୍ରାଏଲର କୌଣସି କୂଟନୈତିକ ସମ୍ପର୍କ ନାହିଁ ।
ତୃତୀୟରେ ପାକିସ୍ତାନୀ ପାସପୋର୍ଟରେ ‘ନଟ୍ ଭାଲିଡ ଫର ଇସ୍ରାଏଲ’ ଲେଖାଯାଇଥାଏ ।
୨୦୨୫ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାନ ମଧ୍ୟ ଆବ୍ରାହାମ ଆକର୍ଡ ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ ।
ତେବେ ଇରାନ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରୁ କରୁ କ’ଣ ପାକିସ୍ତାନ ଫସିଗଲାକି ବୋଲି ଏବେ ଚର୍ଚ୍ଚା ହେଉଛି ।