‘ଏଲ ନିନୋ’ ଭାରତମୁହାଁ !
ପ୍ରଶାନ୍ତ ମହାସାଗରରେ ‘ଏଲ ନିନୋ’ ନାମକ ଏକ ପ୍ରାକୃତିକ ଘଟଣା ସୃଷ୍ଟି ହୋଇଛି, ଯାହା ସମୁଦ୍ରର ତାପମାତ୍ରା ବୃଦ୍ଧି କରୁଛି ।
ୟୁରୋପକୁ ଗ୍ରୀଷ୍ମ ପ୍ରବାହରେ ଜଳାଇବା ପରେ, ଏହି ଭୟଙ୍କର ବିପଦ ଏବେ ଭାରତ ମୁହାଁ ହେବାକୁ ଲାଗିଛି । ଏହାର ସର୍ବାଧିକ ପ୍ରଭାବ ଭାରତୀୟ ଉପ ମହାଦେଶରେ ଅନୁଭୂତ ହେଉଛି, ଯେଉଁଠାରେ ଅଧିକାଂଶ କୃଷି ମୌସୁମୀ ଉପରେ ନିର୍ଭର କରେ ।
ଯଦିଓ ନଳକୂପ ଏବଂ ପମ୍ପିଂ ସେଟ ଚାଷ ଏବଂ ଜଳସେଚନ ପାଇଁ ଉପଲବ୍ଧ ହେଉଛି, ତେବେ ଏସମସ୍ତ ଅଂଚଳରେ ବର୍ଷାଜଳକୁ ଫସଲ ପାଇଁ ଏକ ବରଦାନ ଭାବେ ବିବେଚନା କରାଯାଇଥାଏ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଧ୍ୟ ଏଲ ନିନୋ ଯୋଗୁଁ ୨୦୨୬ରେ ଦୁର୍ବଳ ମୌସୁମୀ ହେବାର ସମ୍ଭାବନା ପ୍ରକାଶ କରୁଛି ।
ଫଳ ସ୍ୱରୂପ କେନ୍ଦ୍ର ସରକାର ଏଲ ନିନୋର ବିନାଶରୁ ଖରିଫ ଫସଲକୁ ରକ୍ଷା କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଭାରତ ଏଲ ନିନୋ ସଂକଟର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି । ସବୁଠାରୁବନ ବିନ ବୁଣା ଋତୁ ପୂର୍ବରୁ କୃଷି ମନ୍ତ୍ରଣାଳୟ ବିହନ ସଂରକ୍ଷଣ, ଜଳ ପରିଚାଳନା ଏବଂ ଜିଲାସ୍ତରୀୟ ଫସଲ ଯୋଜନା ଉପରେ କେନ୍ଦ୍ରିତ ଏକ ଜରୁରୀକାଳୀନ ଯୋଜନା ଆରମ୍ଭ କରିଛି, କାରଣ ଦେଶ ମୌସୁମୀ ବର୍ଷାର ଅଭାବର ସମ୍ମୁଖୀନ ହେଉଛି ।
ଅନ୍ୟପକ୍ଷରେ ମନ୍ତ୍ରଣାଳୟ ରାଜ୍ୟୁଡ଼ିକୁ ଜିଲାୱାରୀ ଫସଲ ରଣନୀତି ପ୍ରସ୍ତୁତ କରିବାକୁ ଏବଂ ଖରିଫ ଋତୁରେ ଡାଲି, କିଛି ବାଜରା ଏବଂ ପନିପରିବା ଭଳି ସ୍ୱଳ୍ପକାଳୀନ ଫସଲକୁ ପ୍ରୋତ୍ସାହିତ କରିବାକୁ ନିର୍ଦେଶ ଦେଇଛି, କାରଣ ଏଗୁଡ଼ିକ କମ ପାଣି ଆବଶ୍ୟକ କରିଥାଏ । ଏସମସ୍ତ ଶୀଘ୍ର ଅମଳ ହେବା ସହିତ ପାଗର ଅନିଶ୍ଚିତତାକୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ ।
ଜଳବାୟୁ ଜରୁରୀକାଳନୀ ପ୍ରତିଷ୍ଠାନର ନିର୍ଦେଶକ ଏବଂ ଆନ୍ତଃସରକାରୀ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ (ଆଇପିସିସି)ର ବିଶେଷଜ୍ଞ ସମୀକ୍ଷକ ପିଟର ଡି. କାର୍ଟର ସତର୍କ କରାଇ ଦେଇଛନ୍ତି ଯେ ସମଗ୍ର ୟୁରୋପୀୟ ଅଂଚଳ ବିା୍ବ ତାପନ ପ୍ରତି ବିପଦପୂର୍ଣ୍ଣ ।
ମନ୍ତ୍ରଣାଳୟ ଅଂଚଳ ନିର୍ଦ୍ଦିଷ୍ଟ ଏବଂ ଫସଲ-ନିର୍ଦ୍ଦିଷ୍ଟ ରଣନୀତି ମାଧ୍ୟମରେ ଚାଷୀମାନଙ୍କୁ ସମୟୋଚିତ ପରାମର୍ଶ, ସମ୍ବଳ ଏବଂ ବିକଳ୍ପ ପ୍ରଦାନ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛି । ଏଲ ନିନୋର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଭଳି ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ଅନୁଭୂତ ହେବାର ଆଶଙ୍କା ରିହଛି । ଚଳିତବର୍ଷ ଏଲ ନିନୋ ପରିସ୍ଥିତି ଜାରି ରହିବାର ସମ୍ଭାବନା ଥିବାରୁ ନୀତି ନିର୍ଦ୍ଦାରକମାନେ କୃଷି କ୍ଷତିକୁ କମ କରିବା ଏବଂ କୃଷକଙ୍କ ଜୀବିକାକୁ ସୁରକ୍ଷା ଦେବା ପାଇଁ ମରୁଡ଼ି ସହିଷ୍ଣୁ ଫସଲ କିସମ, ପାରିପାଗ ଭିତିକ କୃଷି ପରାମର୍ଶ ସେବା, ଦକ୍ଷ ଜଳ ପରିଚାଳନା ଏବଂ ସ୍ଥାନ ନିର୍ଦ୍ଦିଷ୍ଟ ଅନୁକୂଳନ ରଣନୀତିକୁ ପ୍ରୋତ୍ସାହିତ କରି ଜରୁରୀକାଳନୀ ଯୋଜନାକୁ ସୁଦୃଢ଼ କରିବା ଉଚିତ ବୋଲି ଆଇସିଏଆର ବୈଜ୍ଞାନିକ ସଭାଷ ଏନ ପିଲ୍ଲାଇ କହିଛନ୍ତି ।
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗତ ମାସରେ କୃଷି କ୍ଷେତ୍୍ରରେ ପରିସ୍ଥିତି ଏବଂ ଆଗାମୀ ଖରିଫ ଋତୁ ପାଇଁ ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ ଅନୁଷ୍ଠିତ ଏକ ବୈଠକରେ ସମ୍ଭାବ୍ୟ ପ୍ରତିକୂଳ ପାଗ ପରିସ୍ଥିତିର ମୁକାବିଲା ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।