ବାଂଲାଦେଶରେ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ
ବାଂଲାଦେଶର ସୁରକ୍ଷା ବାହିନୀ ଏକ ଭୟଙ୍କର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦେଶକୁ ଏକ ବଡ଼ ବିପଦରୁ ରକ୍ଷା କରିଛି ।
ବାଂଲାଦେଶ ପୁଲିସ ମୁଖ୍ୟାଳୟଦ୍ୱାରା ଜାରି ଏକ ଅତି ଗୋପନୀୟ ସର୍କୁଲାର ଅନୁଯାୟୀ ଆତଙ୍କବାଦୀମାନେ ଦେଶର ସଂସଦ ଭବନ, ସାମରିକ ପ୍ରତିଷ୍ଠାନ, ଧାର୍ମିକ ସ୍ଥଳ ଓ ଢାକାର ବ୍ୟସ୍ତବହୁଳ ଶାହବାଗ ଅଂଚଳ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲେ ।
ଏହି ଷଡ଼ଯନ୍ତ୍ରର ପର୍ଦ୍ଧାଫାସ ସେତେବେଳେ ହେଲା ଯେତେବେଳେ ସୁରକ୍ଷାବାହିନୀ ଏକ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଦୁଇ ସଦସ୍ୟଣ୍ସ୍ିଆକ ମହମ୍ମଦ ଏବଂ ଆବୁ ମହମ୍ମଦଙ୍କୁ ଗିରଫ କରିଥିଲା ।
ପଚରାଉଚରା ସମୟରେ ଜଣାପଡ଼ିଛି ଯେ ଏହି ଆତଙ୍କବାଦୀମାନେ ସେନାରୁ ବହିଷ୍କୃତ କିଛି ସୈନିକଙ୍କ ସହ ନିରଞ୍ଜନ ଯୋଗାଯୋଗରେ ଥିଲେ ଏବଂ ବିସ୍ଫୋରକ ତଥା ଧାରୁଆ ମାଣାସ୍ତ୍ର ବ୍ୟବହାର କରି ଦେଶବ୍ୟାପୀ ଏକକାଳନୀ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ।
ସମସ୍ତ ବିଷୟ ସାମ୍ନାକୁ ଆସିବା ପରେ ବାଂଲାଦେଶ ପୁଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ବିଭାଗକୁ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ସମ୍ଭାବ୍ୟ ଲକ୍ଷ୍ୟସ୍ଥଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବହୁଗୁଣିତ କରାଯାଇଛି । ସେହିପରି ଜଣେ ବରିଷ୍ଠ ଡିଆଇଜି ପାହ୍ୟାର ଅଧିକାରୀଭ୍କଦ୍ୱାରା ସ୍ୱାକ୍ଷରିତ ଏହି ନିର୍ଦେଶନାମାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି ।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ବାଂଲାଦେଶ ବାୟୁସେନାର କିଛି ଅଧିକାରୀ ଏବଂ କର୍ମଚାରୀଙ୍କର ପାକିସ୍ତାନୀ ତାଲିବା (ଟିଟିପି) ସହିତ ସମ୍ପର୍କ ଥିବା ଜଣାପଡ଼ିଛି ।
ବାୟୁସେନାର ଗୁପ୍ତଚର ଶାଖା ପକ୍ଷରୁ ବିଭିନ୍ନ ବେଶରେ ଚଢ଼ଉ କରାଯାଇ ୨ଜଣ ଅଧିକାରୀ ଏବଂ ୧୦ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିବାବେଳେ ପ୍ରାୟ ୧୨ଜଣ କର୍ମଚାରୀ ବିଦେଶକୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।