ଜଳୁଛି ଇନ୍ଧନ ଭଣ୍ଡାର, କ୍ଷତିଗ୍ରସ୍ତ ବିମାନ ବନ୍ଦର
ମଧ୍ୟପ୍ରାଚ୍ୟ ସଂଘର୍ଷ ଆଜି ୩୭ଦିନରେ ଉପନୀତ । ଉପସାଗରୀୟ ରାଷ୍ଟ୍ରମାନଙ୍କ ପାଇଁ ଅତି ଭୟାନକ ସାବ୍ୟସ୍ତ ହେବାକୁ ବସିଛି । ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆଜି ପୁଣି ଚରମବାଣୀ ଶୁଣାଇବା ପରେ ଇରାନ ଉପସାଗରୀୟ ରାଷ୍ଟ୍ରମାନଙ୍କ ପ୍ରମୁଖ ସହରକୁ ରଣକ୍ଷେତ୍ରରେପରିଣତ କରିଛି ।
ହର୍ମୁଜ ସୋମବାର ସୁଦ୍ଧା ନ ଖୋଲିଲେ ଇରାନ ନିଜର ଜାତୀୟ ଭିତିଭୂମିର ବିନାଶ ପାଇଁ ପ୍ରସ୍ତୁତ ରହିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ୪୮ଘଂଟିଆ ସମୟସୀକାକୁ ଇରାନ ଆନୁଷଠାନିକ ଭାବେ ପ୍ରତ୍ୟାଖ୍ୟାନ କରିଛି ।
ଇରାନର ଜଣେ ବରିଷ୍ଠ ଜେନେରାଲ ଅଲ୍ଲୀ ଅବଦୁଲ୍ଲାହି ଅଲିଆବାଦୀ ଏହି ଧମକକୁ ଏକ ଅସହାୟ, ଉତେଜନାପୂର୍ଣ୍ଣ ଏବଂ ନିର୍ବୋଧ କାର୍ଯ୍ୟ କରି ପରିହାସ କରିଛନ୍ତି । ଯଦି ଇରାନ ମାଟିରେ ଆକ୍ରମଣ ଜାରି ରହେ, ତେବେ ଆମେରିକୀୟ ସେନା ପାଇଁ ନର୍କର ଦ୍ୱାର ଖୋଲିଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଅନ୍ୟପକ୍ଷରେ ଆମେରିକା ଉପରେ ଭୀଷଣ ଚାପ ସୃଷ୍ଟି କରି ଇରାନ ଉପସାଗରୀୟ ଦେଶଗୁଡ଼ିକର ସୁରକ୍ଷିତ ସହରଗୁଡ଼ିକ ଉପରେ ଆକ୍ରମଣକୁ ତୀବ୍ର କରିଛି ।
ଦୁବାଇର ଆର୍ଥିକ କେନ୍ଦ୍ରରେ ବିସ୍ପୋରଣ ଏବଂ କତରର ଅଲ୍ ଉଦେଇଦ ବାୟୁସେନା କେନ୍ଦ୍ର ଉପରେ ସିଧାସଳଖ ମିସାଇଲ ମାଡ଼ କରି ଆତଙ୍କ ସୃଷ୍ଟି କରିଛି । ବାହାରିନର ଏକ ଇରାନୀୟ ଡ୍ରୋନ ଆକ୍ରମଣ ଯୋଗୁଁ ଦେଶର ମୁଖ୍ୟ ଇନ୍ଧନ କେନ୍ଦ୍ର ସମେତ ବିଭିନ୍ନ ଷ୍ଟୋରେଜ ଟାଙ୍କିରେ ନିଆଁ ଲାଗିଯାଇଛି ।
ସେହିପରି ଆବୁଧାବିର ବୋରୁଜ କାରଖାନାରେ ଆକାଶରୁ ପଡ଼ିଥିବା ଭଗ୍ନାବଶେଷରୁ ନିଆଁ ଲାଗି ପେଟ୍ରୋ କେମିକାଲ କାର୍ଯ୍ୟ କରିବାକୁ ହୋଇଛି । କତା;ା ଥିବେ ୍ରେ;ମାିକୋ ସବୂଡୋୂ ବଡ଼ ସାମରିକ ଘାଟି ଅଲ ଇଦେଇଦକୁ ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ କରିବାକୁ ଇରାନ ଡ୍ରୋନ ବର୍ଷା ଜାରି ରଖିଛି ।
ଇରାନ ଓ ୟେମେନର ଇରାନ ସମର୍ଥିତ ମିଲିସିଆମାନେ ଏହି ଅଂଚଳ ଆଡ଼କୁ ଶତାଧିକ ଡ୍ରୋନ ମାଡ଼ କରୁଛନ୍ତି । ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ପରିବହନ କେନ୍ଦ୍ର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଆଜି ଇରାନ ଟାର୍ଗେଟ କରିବା ପରେ କିଛି ସମୟ ପାଇଁ ବିମାନସେବା ବନ୍ଦ ରଖାଯାଇଥିଲା । ଅନ୍ୟପକ୍ଷରେ ଲେବାନନ ସୀମାରେ ଉତେଜନା ବୃଦ୍ଦି ପାଇଛି ।
ଦକ୍ଷିଣ ବେରୁତର ଘୋବେଇରି ଅଂଚଳର ଏକ ପ୍ରମୁଖ ଅଟ୍ଟାଳିକା ଉପରେ ଇସ୍ରାଏଲ ବାୟୁସେନା ଭୟଙ୍କର ଆକ୍ରମଣ କରିଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀର ସତର୍କ ସୂଚନା ଏବଂ ସ୍ଥାନାନ୍ତର ନିର୍ଦେଶ ପରେ ଏହି ଷ୍ଟ୍ରାଇକ କରାଯାଇଥିଲା, ଯେଉଁଥିରେ ସେହି କୋଠାକୁ ଜେବୁଲ୍ଲା ସହ ଜଡ଼ିତ ଏକ କେନ୍ଦ୍ର ବୋଲି ଚିହ୍ନଟ କରାଯାଇଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ସହର ଉପରେ କଳାଧୂଆର ବାଦଲ ଘୋଟି ଯାଇଛି ଏବଂ ସ୍ଥାନୀୟ ଲୋକେ ଏହି ଅଂଚଳ ଛାଡ଼ି ପଳାୟନ କରୁଛନ୍ତି ।
ଗତ ଏକ ମାସ ମଧ୍ୟରେ ଲେବାନନ ରାଜଧାନୀରେ ଏହା ସବୁଠାରୁ ବଡ଼ ସହରୀ ଆକ୍ରମଣ । ଦକ୍ଷିଣ ଲେବାନନ ଆଇଡିଏଫ୍ ଦାବି କରିଛି ଯେ ସେମାନେ ଗତ ୨୪ଘଂଟା ମଧ୍ୟରେ ୯୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।
ବେରୁତରେ ମାନବୀୟ ସଂକଟ ଦ୍ରୁତ ଗତିରେ ବଢ଼ୁଛି, ଯେଉଁଥିରେ ଆଜି ଗୋଟିଏ ଦିନରେ ପ୍ରାୟ ୧୦ହଜାର ନାଗରିକ ବାସହରା ହୋଇପଡ଼ିଛନ୍ତି ।