କତର ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ମୃତ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଜାରି ରହିଛି । ଏଭଳି ସ୍ଥଳେ କତରର ଏକ ସେନା ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁ
ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ୬ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ନିଖୋଜ ଥିବା ଜଣାପଡ଼ିଛି । ହେଲିକପ୍ଟରରେ ମୋଟ ୭ଜଣ ଥିଲେ ।
ହେଲିକପ୍ଟରଟି ଗଲଫ ଦେଶର ଜଳସୀମା ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି ।
ମଧ୍ୟପ୍ରାଚ୍ୟରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଯୋଗୁଁ ଉତେଜନା ଲାଗି ରହିଥିବାବେଳେ ଏହି ଦୁଃଖଦ ଖବର ସାଧାରଣଙ୍କ ସମ୍ମୁଖକୁ ଆସିଛି ।
ନିର୍ଦ୍ଦାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେଲିକପ୍ଟରଟି ଗସ୍ତ କରୁଥିବାବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ସମୁଦ୍ରରେ ତଲାସୀ ଓ ଉଦ୍ଧାର କାର୍ଯ୍ୟରେ ବିଶେଷଜ୍ଞ ଦଳ ସାମିଲ ହୋଇଥିବା ଜଣାପଡ଼ିଛି ।