କ୍ୟୁବାରେ ଭୂମିକମ୍ପ
କ୍ୟୁବାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ମାତ୍ରା ରିକ୍ଟର ସ୍କେଲ ଅନୁସାରେ ୬.୧ ଥିଲା ।
ମେକ୍ସିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ଭୂମିକମ୍ପର ଝଟକା । ମିଆମି, ୱାର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ ଏବଂ ତାଲାହାସୀରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା ।
ଭୂମିକମ୍ପର କେନ୍ଦ୍ରସ୍ଥଳ କ୍ୟୁବାର ପଶ୍ଚିମାଂଚଳରେ ଥିବା ମାଂଟୁଆ ସହରଠାରୁ ପ୍ରାୟ ୧୦୪ କିଲୋମିଟର ଦୂର ଏବଂ ୧୦ କିଲୋମିଟର ଗଭୀରତାରେ ଥିଲା ।
ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ତେବେ କୌଣସି ସୁନାମୀ ସତର୍କତା ଜାରି କରାଯାଇନାହିଁ ।