ଆମେରିକା-ଇରାନ ଶାନ୍ତି ଚୁକ୍ତିକୁ ମୋଦିଙ୍କ ସ୍ୱାଗତ
ମଧ୍ୟପ୍ରାଚ୍ୟରେ ଦୀର୍ଘ ୩ ମାସରୁ ଊଦ୍ଧ୍ୱର୍ ହେବ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ସ୍ଥାୟୀ ବିରାମ ଲାଗିବାକୁ ଯାଉଛି ।
ଆଜି ଜେନେଭାରେ ଉଭୟ ଦେଶର ପ୍ରତିନିଧିମାନେ ଏକ ସ୍ଥାୟୀ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବାକୁ ଯାଉଛି ।
ଜେନେଭା ଠାରେ ଇରାନ-ଆମେରିକା ଶାନ୍ତି ଚୁକ୍ତିକୁ ସାରା ବିଶ୍ୱ ସ୍ୱାଗତ କରୁଥିବାବେଳେ ଉଭୟ ଦେଶଙ୍କ ଏହି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ କରିଛନ୍ତି ।
ଏହାଦ୍ୱାରା ଏହି ରକ୍ତାକ୍ତ ଯୁଦ୍ଧର ପରିସମାପ୍ତି ଘଟିବା ସହ ଉଭୟ ଦେଶଙ୍କ ମଧ୍ୟରେ ସ୍ଥାୟୀ ଶାନ୍ତି ଚୁକ୍ତି ହେବ ବୋଲି ସେ ଆଶା କରିଛନ୍ତି ।
ଜେନେଭାରେ ଏହି ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ଉଭୟ ଦେଶ ରାଜି ହୋଇଛନ୍ତି ।
ଫଳରେ ଗତ ୩ ମାସ ଧରି ଚାଲିଥିବା ରକ୍ତାକ୍ତ ସଂଘର୍ଷର ଅନ୍ତ ଘଟିବ ବୋଲି ବିଶ୍ୱବାସୀଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦି ଆଶା କରିଛନ୍ତି ।
ଏହି ଚୁକ୍ତିରେ ମୋଟ ୧୪ଟି ମୁଖ୍ୟ ପ୍ରସ୍ତାବ ରହିଛି । ସେଗୁଡ଼ିକ ହେଲା ହର୍ମୁଜ ପ୍ରଣାଳୀରୁ ଅବରୋଧ ହଟାଇବା, ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା, ସମସ୍ତ ପ୍ରକାରର ସାମରିକ ଆକ୍ରମଣକୁ ସ୍ଥାୟୀ ଭାବେ ବନ୍ଦ କରିବା, ଇରାନକୁ ଆମେରିକା ୩୦ ବିଲିୟନ ଡଲାରର ଆର୍ଥିକ ସହାୟତା ଯୋଗାଇବା ଆଦି ଚୁକ୍ତିର ଅଂଶବିଶେଷ ରହିଛି ।
ତେବେ ଇରାନ ଓ ଆମେରିକାର ଏହି ସ୍ଥାୟୀ ଶାନ୍ତିନାମା ଚୁକ୍ତିକୁ କତାର, ତୁର୍କୀ, ବି୍ରଟେନ, ଜର୍ମାନୀ ଓ ଫ୍ରାନ୍ସ ଆଦି ଦେଶ ସ୍ୱାଗତ କରିଛନ୍ତି ।