ମଝି ଆକାଶରେ ହେଲିକପ୍ଟର ଧକ୍କା, ୨ ମୃତ
ମଝି ଆକାଶରେ ଘଟିଛି ଏକ ବଡ଼ ଦୁର୍ଘଟଣା ।
ଗ୍ରୀସର ଜଙ୍ଗଲରେ ଲାଗିଥିବା ନିଅାଁକୁ ଲିଭାଇବାବେଳେ ମଝି ଆକାଶରେ ୨ଟି ହେଲିକପ୍ଟର ଧକ୍କା ହୋଇଛନ୍ତି ।
ଦୁଇଟି ହେଲକପ୍ଟର ନିୟନ୍ତ୍ରଣ ହରାଇ ପରସ୍ପର ସହିତ ଧକ୍କା ହେବାରୁ ଗୋଟିଏ ହେଲିକପ୍ଟର ମାଡ଼ ହୋଇ ତଳକୁ ଖସିପଡ଼ିଛି ।
ସେଥିରେ ସବାର ଥିବା ଜଣେ ଗ୍ରୀକ ଓ ଜଣେ ଡେନମାର୍କ ପାଇଲଟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ତେବେ ଦ୍ୱିତୀୟ ହେଲିକପ୍ଟରରେ ଥିବା ସମସ୍ତ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି ।
ଗ୍ରୀସ ବାୟୁସେନା ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ ବକ୍ସ ଉଦ୍ଧାର ପାଇଁ ଚେଷ୍ଟା ଚାଲିଥିବା ଜଣାପଡ଼ିଛି ।








