୩ଶହ ଫୁଟ ତଳକୁ ଖସିଲା ବିମାନ
ନିଶାରେ ଥିଲେ ପାଇଲଟ !
ମଝି ଆକାଶରେ ଯାତ୍ରୀବାହୀ ବିମାନ ହେଲା ତଳ ମୁହାଁ । ଖସିବାକୁ ଲାଗିଲା ବିମାନ ।
ଭିତରେ ଥିବା ଯାତ୍ରୀ ଓ କ୍ରୁମେମ୍ବରଙ୍କ ଛାତି ହେଉଥିାଏ ଧଡ୍ ଧଡ୍ ।
ଆଉ କିଛି ମିନିଟ ପରେ ସବୁକିଛି ସରିଯିବ ।
ଏହା କୌଣସି ଏକ ଭିଡିଓ ନୁହେଁ; ବରଂ ଏୟାର ଇଣ୍ଡିଆ ବିମାନରେ ବସିଥିବା ଯାତ୍ରୀଙ୍କ ଦୁର୍ଦଶାର ବିକଳ ଚିତ୍ର ।
ହଁ ଆଜ୍ଞା ମଙ୍ଗଳବାର ଫୁକେଟ-ଦିଲ୍ଲୀ ଏଆଇ ବିମାନର ପାଇଲଟଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ସେ ଡ୍ୟୁଟିରେ ଥାଇ ଗଂଜେଇ ସେବନ କରିଥିଲେ । ନିଶାସକ୍ତ ହୋଇ ବିମାନ ଚଳାଇ ଯାତ୍ରୀ ଓ କ୍ରୁମେମ୍ବରଙ୍କ ଜୀବନ ସହିତ ଖେଳୁଥିଲେ ।
ଏଭଳି ଅଭିଯୋଗ ପରେ ଉକ୍ତ ପାଇଲଟଙ୍କ ଡୋପ ଟେଷ୍ଟ ହୋଇଥିଲା । ଏଥିରେ ସେ ବିଫଳ ହୋଇଛନ୍ତି ।
ଡୋପ ଟେଷ୍ଟରେ ସମ୍ପୃକ୍ତ ପାଇଲଟ ଜଣକ ଗଂଜେଇ ସେବନ କରିଥିବା ସ୍ପଷ୍ଟ ହୋଇଛି ।
ଫଳରେ ସେ ବିମାନ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ବିମାନଟି ପ୍ରାୟ ୩ଶହ ଫୁଟ ତଳକୁ ଖସି ଆସିଥିଲା ।
ଏହି ଦୁର୍ଘଟଣାରେ କ୍ରିଉ ମେମ୍ବରଙ୍କ ସମେତ ୧୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ପାଇଲଟଙ୍କ ମଙ୍ଗଳବାର ଦ୍ୱିତୀୟ ଥର ମଧ୍ୟ ଡୋପ ଟେଷ୍ଟ କରାଯାଇଥିଲା ।
ଏଥିରେ ମଧ୍ୟ ତାଙ୍କ ନମୂନାରେ ନିଶାଦ୍ରବ୍ୟ ମିଳିଥିଲା ।
ତେବେ ଉକ୍ତ ପାଇଲଟଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ
ତଦନ୍ତ ରିପୋର୍ଟ ପରେ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ସ୍ଥିର ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ।








