ମସ୍କୋରେ ଆମେରିକାର ‘ଗ୍ଲୋବ ମାଷ୍ଟର’
ସାରା ବିଶ୍ୱରେ ଏବେ ୨ଟି ଘଟଣାବଳୀକୁ ନେଇ ଚର୍ଚ୍ଚା ।
ଗୋଟିଏ ହେଲା ମଧ୍ୟପ୍ରାଚ୍ୟରେ ଇରାନ-ଆମେରିକା ଯୁଦ୍ଧ ଓ ଅନ୍ୟଟି ହେଉଛି ଋଷିଆ-ୟୁକ୍ରେନ ଯୁଦ୍ଧ ।
ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଇତି ମଧ୍ୟରେ ସାଢ଼େ ୩ ବର୍ଷରୁ ଅଧିକ ସମୟ ହୋଇସାରିଲାଣି ।
ତେବେ ଆଜି ମଙ୍ଗଳବାର ୨୦୨୬ ଅଗଷ୍ଟ ୨୫ ତାରିଖରେ ଏକ ଘଟଣା ସମସ୍ତ ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଛି ।
ସାରା ବିଶ୍ୱରେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାବେ ପରିଚିତ ଋଷ-ଆମେରି ରହିଥିବାବେଳେ ଅଗଷ୍ଟ ୨୫ ତାରିଖ ମଙ୍ଗଳବାର ଆମେରିକା ବାୟୁସେନାର ‘ଗ୍ଲୋବ ମାଷ୍ଟର’ ମସ୍କୋରେ ଅବତରଣ କରିଛି ।
ଯାହାକୁ ନେଇ ନାନାଦି କଳ୍ପନା ଜଳ୍ପନା ଲାଗି ରହିଛି ।
ମସ୍କୋର ଭନୁକୋଭୋ ବିମାନ ବନ୍ଦରରେ ୟୁଏସ ବାୟୁସେନାର କାର୍ଗୋ ଏୟାରକ୍ରାଫ୍ଟ ‘ଗ୍ଲୋବମାଷ୍ଟର’ର ରହସ୍ୟମୟ ଉପସ୍ଥିତି ସାରା ବିଶ୍ୱବାସୀଙ୍କୁ ଚକିତ କରିଦେଇଛି ।
ବିଶେଷ କରି ୟୁକ୍ରେନ ସହ ଯୁଦ୍ଧକୁ ନେଇ ଆମେରିକା-ଋଷ ମଧ୍ୟରେ ସୃଷ୍ଟି ତିକ୍ତତା ମଧ୍ୟରେ ଏହାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି ।








