ଲାରିଜାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବୁ
ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଲାରିଜୀନ ଓ ପୁତ୍ର ମୃତ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବା ସହ ବଦଳିବାରେ ଲାଗିଛି । ଅମାନିଆ ଇରାନକୁ କାବୁ କରିବା ପାଇଁ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇ ଇରାନ ସୁରକ୍ଷା ପରିଷଦର ଅନ୍ୟତମ ମୁଖ୍ୟ ଅଲି ଲାରିଜାନୀଙ୍କୁ ହତ୍ୟା କରାଯାଇଛି ।
ଗତ ମଙ୍ଗଳବାର ରାତିରେ ତେହେରାନ ଠାରୁ ପ୍ରାୟ ୨୫ କି.ମି. ଦୂର ନିଜ ଝିଅ ଘରକୁ ଯାଇଥିଲେ । ଗୁଇନ୍ଦା ସୂଚନା ଆଧାରରେ ଇସ୍ରାଏଲର ବାୟୁସେନା ଇରାନୀ ସୁରକ୍ଷା ମୁଖ୍ୟ ଅଧିକାରୀ ଅଲି ଲାରିଜାନୀଙ୍କ ଉପରେ ଆକ୍ରମଣ କରିଥିଲା ।
ଏଥିରେ ଅଲୀ ଲାରିଜାନୀଙ୍କ ଝିଅଙ୍କ ଘର ଧ୍ୱଂସ ବିଧ୍ୱଂସ ହେବା ସହ ତାଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ଲାରିଜାନୀଙ୍କ ସହ ତାଙ୍କ ପୁତ୍ର ଓ ସୁରକ୍ଷାକର୍ମୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।
ଅନ୍ୟପଟେ ଏହି ଯୁଦ୍ଧ ଆରମ୍ଭ ହେବା ପର ଠାରୁ ଆମେରିକୀୟ ଏୟାର ଷ୍ଟ୍ରାଇକ୍ରେ ଇରାନର ସର୍ବୋଚ ନେତା ଆୟୋତଲା ଖେମିନିଙ୍କ ମୃତୁ୍ୟ ପରେ ରକ୍ତମୁଖା ଇରାନ ଏବେ ଅଲୀ ଲାରିଜାନୀଙ୍କ ମୃତ୍ୟୁ ପରେ ଆହୁରି ଭୟଙ୍କର ହୋଇ ଉଠିଛି । ଏହାର ଠିକଣା ଜବାବ ଠିକଣା ସମୟରେ ଶତ୍ରୁକୁ ଦିଆଯିବ ବୋଲି ଇରାନର ଆଇଆରଜିଏସ କହିିଛି ।
ର