ଗ୍ରୀସ୍ ମୁହାଁଇଲା ଆମେରିକାର ବିମାନବାହୀ ଜାହାଜ
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସକ୍ରିୟ ଅଂଶ ଗ୍ରହଣ କରୁଥିବା ଆମେରିକାର ବିମାନବାହୀ ଯୁଦ୍ଧଜାହାଜ ୟୁଏସଏସ ଜେରାଲ୍ଡ ଫୋର୍ଡ (ସିଭିଏନ-୭୮) କ୍ଷତିଗ୍ରସ୍ତ ହେବା ପରେ ବର୍ତମାନ ଏହା ପାରସ୍ୟ ଉପସାଗର ଛାଡ଼ି ଗ୍ରୀସର ଏକ ବନ୍ଦର ଆଡ଼କୁ ଅଗ୍ରସର ହେଉଛି ।
ଏହି ଯୁଦ୍ଧଜାହାଜର ଲଣ୍ଡ୍ରି ପ୍ରକୋଷ୍ଠ ଏବଂ ସୈନ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ନିଆଁ ଲାଗି କ୍ଷତି ଘଟିଥିବାରୁ ଗ୍ରୀସରେ ଏହାର ମରାମତି କରାଯିବ ବୋଲି ଜଣାପଡ଼ିଛି ।
ଜେରାଲ୍ଡ ଫୋର୍ଡ ଜାହାଜ ଆଜକୁ ୧୦ମାସ ହେବ ପାରସ୍ୟ ଉପସାଗରରେ ମୁତୟନ ହୋଇଛି । ଦୀର୍ଘ ସମୟ ଧରି ବାହାରେ ରହିଥିବାରୁ ଏଥିରେ କାର୍ଯ୍ୟରତ ସୈନ୍ୟମାନେ ଅତିଷ୍ଠ ହୋଇପଡ଼ିଲେଣି ।
ସେମାନେ ଉଦେ୍ଦଶ୍ୟମୂଳକ ଭାବେ ଲଣ୍ଡ୍ରି ଓ ଶୌଚାଳୟର ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି ।