ନ୍ୟୁୟର୍କ ବିମାନ ବନ୍ଦରରେ ଦୁର୍ଘଟଣା
କାନାଡ଼ା ଏକ୍ସପ୍ରେସ ପ୍ଲେନ-ଅଗ୍ନିଶମ ଗାଡ଼ି ସହ ଧକ୍କା
ଇରାନ-ଇସ୍ରାଏଲ ଯୁଦ୍ଧ ସମଗ୍ର ବିଶ୍ୱ ମୁଣ୍ଡବିନ୍ଧାର କାରଣ ସାଜିଥିବାବେଳେ ନ୍ୟୁୟର୍କ ସହରର ଲାଗାର୍ଡିଆ ବିମାନ ବନ୍ଦରରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି ।
ଇହୁଦୀ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଏୟାର କାନାଡ଼ା ସିଆର୍ଜେ-୯୦୦ ବିମାନକୁ ରନୱେରେ ଏକ ଅଗ୍ନିଶମ ଗାଡ଼ି ଧକ୍କା ଦେଇଛି ।
ଘଟଣା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭୦ରୁ ଊର୍ଦ୍ଧ ଆହତ ହୋଇଥିବା କୁହାଯାଉଛି । ବିମାନଟି ୧୦୦ଜଣ ଯାତ୍ରୀଙ୍କୁ ଯାତ୍ରା କରୁଥିଲା । ସୂଚନା ଅନୁସାରେ ଏକ ଅଗ୍ନିଶମ ଗାଡ଼ି ବିମାନ ସହ ଧକ୍କା ହୋଇଥିଲା । ବିମାନଟି ଟ୍ୟାକ୍ସିୱେ ଦେଇ ଯାଉଥିବା ସମୟରେ ରନ୍ୱେ-୪ ନିକଟରେ ଏହି ଧକ୍କା ହୋଇଥିଲା ।
ଘଟଣା ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଦାରକାରୀ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଂଚିଥିଲେ । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ରନୱେ ନିକଟବର୍ତୀ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଦୁର୍ଘଟଣାରେ ବିମାନଟି କ୍ଷତିଗ୍ରସ୍ତ ହୋଇଛି ।
ପ୍ରାଥମିକ ସୂଚନା ଅନୁଯାୟୀ ଅଧିକାଂଶ ଯାତ୍ରୀ ଇହୁଦୀ ଥିଲେ । ଏୟାର ଟ୍ରାଫିକ କଂଟ୍ରୋଲ ପୂର୍ବରୁ ବିମାନ ଏବଂ ଅଗ୍ନିଶମ ଗାଡ଼ିକୁ ଅଟକାଇବାକୁ ନିର୍ଦେଶ ଦେଇଥିଲା, କିନ୍ତୁ ଧକ୍କାକୁ ଏଡାଇ ପାରି ନଥିଲା ।
ଘଟଣା ପରେ ଫେଡ଼େରେଲ ଏଭିଏସନ୍ ପ୍ରଶାସନ ବିମାନ ବନ୍ଦରରେ ସମସ୍ତ ଉଡାଣକୁ ବାତିଲ କରି ତଦନ୍ତ ଆରମ୍ଭ କରିଛନ୍ତି ।
ପରବର୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ନୁ୍ୟୟକ ସିଟି ବିମାନ ବନ୍ଦର ସମ୍ପୂର୍ଣ୍ଣ ବନ୍ଦ ବୋଲି ଜଣାପଡ଼ିଥିବାବେଳେ ଘଟଣାରେ କେତେଜଣ ଆହତ ହୋଇଛନ୍ତି ତାହା ସଠିକ୍ ଜଣାପଡ଼ିନାହିଁ ।