କାହା ବଳରେ ବଳିୟାନ ଇରାନ
ମଧ୍ୟ୍ରପ୍ରାଚ୍ୟରେ ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟାନକ ଯୁଦ୍ଧ ୨୭ ଦିନରେ ପହଂଚିଛି । ଗୋଟିଏ ପଟେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରକା ଓ ତା’ର ସହଯୋଗୀ ଇସ୍ରାଏଲ ଏବଂ ଅନ୍ୟପଟେ ଅପେକ୍ଷାକୃତ ବହୁତ କମ ଉଭୟ ଆୟତନ, ଜନସଂଖ୍ୟା ଓ ସାମରିକ ଶକ୍ତିରେ ବହୁତ କମ ରହିଥିବା ଇରାନ ମଧ୍ୟ ମୁଣ୍ଡ ନୁଆଁଉନାହିଁ ।
ନିଜର ସର୍ବୋଚ ନେତା ଆୟୋତଲା ଖେମିନେଇଙ୍କ ସମେତ ବହୁ ମିଲିଟାରୀ କମାଣ୍ଡର, ଗୁପ୍ତଚର କମାଣ୍ଡରଙ୍କୁ ହରାଇ ମଧ୍ୟ ଇରାନ ମୁଣ୍ଡ ନୁଆଉଁନାହିଁ । ଏହା ଉଭୟ ଆମେରିକା ଓ ଇସ୍ରାଏଲଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ତେବେ ଇରାନର ଏହି ପରାକ୍ରମ ପଛରେ ରହିଛି କି ରହସ୍ୟ? ଏଣେ ଏହି ଯୁଦ୍ଧରେ ଆମେରିକାର ପ୍ରଭୂତ ଆର୍ଥିକ କ୍ଷତି ହେବାରୁ ରାଷ୍ଟ୍ରପତି ଟ୍ରମ୍ପ ସାମୟିକ ଯୁଦ୍ଧ ବିରତି ଡାକରା ଦେଇସାରିଛନ୍ତି । ତଥାପି ଥମୁନି ଇରାନ । ଇସ୍ରାଏଲ ଓ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସୈନ୍ୟ ଘାଟିଗୁଡ଼ିକୁ ନିଜର ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣରେ ଛାରଖାର କରିସାରିଛି ।
ଅନ୍ୟପଟେ ଇରାନକୁ ବିଶ୍ୱର ବହୁ ରାଷ୍ଟ୍ର ପରୋକ୍ଷ ସମର୍ଥନ ଯୋଗାଉଛନ୍ତି । ଯଦିଓ ଭାରତ ଏଥିରେ ଇରାନକୁ ପ୍ରତ୍ୟକ୍ଷ ଭାବେ କୌଣସି ସାମରିକ ସହାୟତା ଦେଇନାହିଁ ତଥାପି ତା’ଠାରୁ ତେଲ କିଣି ଇରାନର ଆର୍ଥିକ ସହାୟତା କରି ତା’କୁ ବଳ ଯୋଗାଉଛି ବୋଲି କୂଟନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।
ଭାରତର ଜମ୍ମୁ-କାଶ୍ମୀରର ଲୋକେ ଇରାନ ଉପରେ ଆମେରିକାର ଆକ୍ରମଣକୁ ଗଣତନ୍ତ୍ରର ଗଣହତ୍ୟା ବୋଲି କହିବା ସହ ସେମାନଙ୍କୁ ସୁନା, ଟଂକା, ବସ୍ତ୍ର ଆଦି ପଠାଇଚାଲିଛନ୍ତି ।
ସେହିପରି ଗତ ୨ ଦିନ ମଧ୍ୟରେ ପ୍ରାୟ ୬ଶହ କୋଟି ଟଂକାର ମୂଲ୍ୟର ସହାୟତା ଦେଇଛନ୍ତି ଜମ୍ମୁ ଓ କାଶ୍ମୀରବାସୀ । ସେହିଭଳି ଭାରତରେ ଇରାନର ଦୂତାବାସ ପକ୍ଷରୁ କ୍ରାଉଡ ଫଣ୍ଡିଂ ପାଇଁ ସ୍ୱତନ୍ତ୍ର ଆକାଉଂଟ ଖୋଲାଯାଇଛି ।
ସେପଟେ ଇରାନକୁ ଚୀନ, ପାକିସ୍ତାନ ଓ ଋଷିଆ ମଧ୍ୟ ପରୋକ୍ଷରେ ଇରାନକୁ ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି । ଫଳରେ ଯୁଦ୍ଧକୁ ଆହୁରି ଜୋରଦାର କରୁଛି ଇରାନ ।