ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ
ଶିଶୁ ଓ ମହିଳାଙ୍କ ସମେତ ୫ ମୃତ
ପାକିସ୍ତାନର ଖାଇବର ପଖତୁନଖା ପ୍ରଦେଶରେ ଗୁରୁବାର ବିଳମ୍ବିତ ରାତି୍ରିରେ ଏକ ପୁଲିସ ଷ୍ଟେସନକୁ ଟାର୍ଗେଟ କର କରାଯାଇଥିବା ଭୟଙ୍କର ଆତ୍ମଘାତୀ କାର ବୋମା ବିସ୍ଫୋରଣରେ ତିନିଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି ।
ବାନୁ ଜିଲାର ଡୋମେଲ ତହସିଲରେ ଥିବା ପୁଲିସ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଥିବାବେଳେ ଏଥିରେ ୪ଜଣ ପୁଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି ।
ବିସ୍ଫୋରଣର ତୀବ୍ରତା ଏତେଟା ତୀବ୍ର ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଆଖପାଖ ଅନେକେ ଘର କ୍ଷତିଗ୍ରସ୍ତ ହୋଇଥିବା ସହ ଅଂଚଳରେ ଆତଙ୍କ ପରିବେଶ ସୃଷ୍ଟି ହୋଇଛି ।
ପୁଲିସ ସୂଚନା ମୁତାବକ ଜଣେ ଆତ୍ମଘାତୀ ବିସ୍ଫୋରକ କାର ସାହାଯ୍ୟରେ ପୁଲିସ ଷ୍ଟେସନକୁ ଧକ୍କା ଦେଇଥିଲା, ଯାହା ଫଳରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା ।
ବିସ୍ଫୋରଣ ପରେ ତୁରନ୍ତ ସେହି ଅଂଚଳରେ ଗୁଳି ବିନିମୟ ମଧ୍ୟ ହୋଇଥିଲା ।
ଉଦ୍ଦାରକାରୀ ଦଳ ଘଟଣାସ୍ଥଳରେ ପହଂଚି ୫ଟି ଶବ ଉଦ୍ଦାର କରିଛି ।
ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହାସପାତାଳରେ ଭର୍ତି କରାଯାଇଛି ।
ବର୍ତମାନ ସୁଦ୍ଧା ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କଠୋର ସୁରକ୍ଷା ମଧ୍ୟରେ ସମଗ୍ର ଅଂଚଳକୁ ଘେରାଯାଇଛି ।