ଚୀନ ଗଲା ଭାରତ ପାଇଁ ତେଲ ଆଣୁଥିବା ଟ୍ୟାଙ୍କର
ଇରାନରୁ ଭାରତ ପାଇଁ ଅଶୋଧିତ ତୈଳ ନେଇ ଆସୁଥିବା ଏକ ଟ୍ୟାଙ୍କର ଏହାର ଗତିପଥ ବଦଳାଇଥିବା ଜଣାପଡ଼ିଛି । ବର୍ତମାନ ଏହି ଟ୍ୟାଙ୍କରଟି ଚୀନ ଅଭିମୁଖେ ଗତି କରିଥିବା ଜଣାପଡ଼ିଛି ।
ଏହି ଘଟଣା ଆଂଚଳିକ ଉତେଜନା ମଧ୍ୟରେ ତୈଳ ବାଣିଜ୍ୟକୁ ଘେରି ରହିଥିବା ଜଟିଳ ଭୂରାଜନୀତିକୁ ଆଲୋକପାତ କରିଛି ।
ଜାହାଜ-ଟ୍ରାକିଂ ଫାର୍ମ କେପ୍ଲର ଅନୁଯାୟୀ ୨୦୦୨ ମସିହାରେ ନିର୍ମିତ ଆଫ୍ରାମାକ୍ସ ଟ୍ୟାଙ୍କର ପିଙ୍ଗ ଶୂନ ଏବେ ଚୀନର ଡୋଙ୍ଗିଙ୍ଗ ଅଭିମୁଖେ ଯାତ୍ରା କରୁଛି ।
ଏହି ଟ୍ୟାଙ୍କର ଉପରେ ୨୦୨୫ ମସିହାରେ ଆମେରିକା କଟକଣା ଲଗାଇଥିଲା । ଚଳିତ ସପ୍ତାହରେ ଏହି ଜାହାଜ ଭାରତର ପଶ୍ଚିମ ଉପକୂଳ ଭାଡିନାରକୁ ଆସିବାର ସଂକେତ ଦେଉଥିଲା । ତେବେ ଏପର୍ଯ୍ୟନ୍ତ ଏହି ଜାହାଜର ଗତିପଥ ଚୂଡ଼ାନ୍ତ ହୋଇନାହିଁ ବୋଲି ବଲୁମବର୍ଗ ପ୍ରକାଶ କରିଛି ।
ଏସୱାଟିନି-ପତାକାଯୁକ୍ତ ପିଙ୍ଗ ଶୂନ ଏପ୍ରିଲ ୪ରେ ଭାଡିନା ଉପକୂଳରେ ପହଂଚିଥାଆନ୍ତା ।
ତୈଳ ମୂଲ୍ୟ, ବୀମା, ପରିଚାଳନା କର୍ମଚାରୀ କିମ୍ବା ଡକ୍ୟୁମେଂଟସନ ସମସ୍ୟା ଯୋଗୁଁ ଜାହାଜଟି ଏହାର ଗତିପଥ ବଦଳାଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାର୍ଚ ୨୧ରେ ଇରାନରୁ ତେଲ କିଣିବା ଉପରୁ କଟକଣା ହଟାଇଥିଲେ ।