ପାକିସ୍ତାନରେ ଆଲୋଚନା ଚାହେଁନି ଇରାନ
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗ ନେଇ ପାକିସ୍ତାନରେ ହେବାକୁ ଥିବା ଆଲୋଚନାକୁ ଇରାନ ସିଧାସଳଖ ମନା କରି ଦେଇଛି ।
ଆମେରିକା ଏବଂ ଇରାନ ମଧ୍ୟରେ ହ୍ରାସ ପାଇଁ ପାକିସ୍ତାନର ପଦକ୍ଷେପ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଆଲୋଚନାରେ ସାମିଲ ମଧ୍ୟସ୍ଥିମାନେ କହିଛନ୍ତି ଯେ ଇରାନ ଇସଲାମାବାଦରେ ଆମେରିକୀୟ ଅଧିକାରୀଭ୍କ ସହ ଆଲୋଚନା କରିବାକୁ ମନା କରି ଦେଇଛି, ଯାହା ଫଳରେ ଅସ୍ତ୍ରବିରତି ପାଇଁ ଆଂଚଳିତ ମଧ୍ୟସ୍ଥତା ପ୍ରୟାସ ଏବେ ଅଧା ବାଟରେ ଅଟକି ରହିଛି ।
ତେହେରାନ ମଧ୍ୟସ୍ଥତିମାନଙ୍କୁ ସ୍ପଷ୍ଟ ଭାବେ କହିଛି ଯେ ଆଲୋଚନା ପାଇଁ ନିଜର ଅଧିକାରୀମାନଙ୍କୁ ଇସଲାମବାଦ ପଠାଇବାକୁ ଆମେ ଇଚ୍ଛୁକ ନାହୁଁ ।
ଇରାନ ଆମେରିକାରଦାବିକୁ ପ୍ରତ୍ୟାଖ୍ୟାନ କରି ଆଲୋଚନା ପାଇଁ ବର୍ତମାନର ଢାଂଚାରେ ବିରାମ ଲଗାଇଛି । ଇରାନ ମଧ୍ୟସ୍ଥତାକାରୀଙ୍କୁ କହିଛି ଯେ ୱାଶିଂଟନର ଦାବିଗୁଡ଼ିକୁ ଗ୍ରହଣୀୟ ନୁହେଁ, ଫଳରେ ଏନେଇ ତୁର୍କୀ ଏବଂ ଇଜିପ୍ଟକୁ ଆଲୋଚନା ପୁନଃଆରମ୍ଭ କରିବା ତଥା ଦୋହା କିମ୍ବା ଇସ୍ତାନବୁଲ ଭଳି ନୂତନ ସ୍ଥାନକୁ ଆଲୋଚନା ପାଇଁ ବିଚାର କରିବା ଲାଗି ନୂତନ ପ୍ରସ୍ତାବ ଉପରେ ଏବେ ଚର୍ଚା ଆରମ୍ଭ ହୋଇଛି ।
ଇରାନ ସନେ୍ଦହ କରୁଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଦ୍ୱାରା ଇସଲାମାବଦକୁ ଆଲୋଚନା ସ୍ଥାନ ଭାବେ ବାଛିବା । ଇରାନୀ ନେତାମାନଙ୍କୁ ହତ୍ୟା କରିବା ପାଇଁ ଏକ ଚାଲ ହୋଇପାରେ । ଇରାନ ବିଶ୍ୱାସ କରେ ଯେ ଇସଲାମାବାଦରେ ଆମେରିକ ଏବଂ ଇରାନ ମଧ୍ୟରେ ଆଲୋଚନା କରିବାର ସମ୍ପୂର୍ଣ୍ଣ ଉଦେ୍ଦଶ୍ୟ ହେଉଛି ଇରାନୀମାନଙ୍କୁ ସେମାନଙ୍କ ଲୁଚି ରହିଥିବା ସ୍ଥାନରୁ ବାହାର କରିବା ।
ଯାହାଦ୍ୱାରା ଟ୍ରମ୍ପ ସେମାନଙ୍କୁ ହତ୍ୟା କରିପାରିବେ । ଏକ ଆକ୍ସିଓସ ରିପୋର୍ଟରେ କୁହାଯାଇଛି ଯେ ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ ଆଲୋଚନା ଚାଲିଛି, ସେଥିରେ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ବଦଳରେଏକ ଅସ୍ତ୍ରବିରତି ପାଇଁ ରାଜି ହେବା ଅନ୍ତର୍ଭକ୍ତ କରାଯାଇଛି ।