ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ
ପୁଣି ଏକ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଇରାନ ସେନା ପକ୍ଷରୁ ଦାବି କରାଯାଇଛି । ହର୍ମୁଜ ପ୍ରଣାଳୀ ନିକଟରେ ଆମେିକୀୟ ବିମାନ ଏ-୧୦ ଥଣ୍ଡରବୋଲ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଏହି ଏ-୧୦ ବିମାନଟି ଏଫ-୧୫ଇ ର କ୍ରୁର ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସର୍ଚ-ଆଣ୍ଡ-ରେସକ୍ୟୁ ମିଶନରେ ଯାଇଥିବା ସମୟରେ ଇରାନର ଆକ୍ରମଣର ଶିକାର ହୋଇଥିଲା ।
ଏ-୧୦ର ପାଇଲଟ ବିମାନରୁ ବାହାରି ଯାଇଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିବାବେଳେ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା ।
ପାଇଲଟ କୁଏତ ବାୟୁସୀମାରେ ପହଂଚିବା ପରେ ବିମାନରୁ ଡେଇଁ ପଡ଼ିଥିଲେ, ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ବିମାନଟି ସମୁଦ୍ରରେ ଖସି ପଡ଼ିଛି ।
ଅନ୍ୟପଟେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଦୁଇଟି ଇଉ-୬୦ ବ୍ଲକ ହକ ହେଲିକପ୍ଟର ମଧ୍ୟ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଛି ।
କିଛି କ୍ରୁର ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ହେଲିକପ୍ଟର ଦ୍ୱୟ ସୁରକ୍ଷିତ ଭାବେ ଅବତରଣ କରିଛି ।