ମାସକରେ ୪୦ ବିଲିୟନ ଡଲାର କମିଲା ବିଦେଶୀ ମୁଦ୍ରା ଭଣ୍ଡାର
ମାର୍ଚ ୨୭ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୧୦.୩ ବିଲିୟନ ଡଲର ହ୍ରାସ ପାଇ ୬୮୮.୧ ବିଲିୟନ ଡଲାରକୁ ଖସି ଆସିଛି ।
ବିଦେଶୀ ମୁଦ୍ରା ପରିସମ୍ପତି ୬.୬ ବିଲିୟନ ଡଲାର ଏବଂ ଗଚ୍ଛିତ ସୁନା ମୂଲ୍ୟ ୩.୭ ବିଲିୟନ ଡଲାର ହ୍ରାସ ପାଇବାରୁ ବିଦେଶୀ ମୁଦ୍ରା ଭଣ୍ଡାର କମିଛି ।
ବିଦେଶୀ ମୁଦ୍ରା ଭଣ୍ଡାର ଗତ ୪ ସପ୍ତାହରେ ୪୦ ବିଲିୟନ ଡଲର ହ୍ରାସ ପାଇଲାଣି । ଜଣାପଡ଼ିଛି ଯେ ମାର୍ଚ ୨୦ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୧୧.୪ ବିଲିୟନ ଡଲାର, ମାର୍ଚ ୧୩ରେ ୭.୧ ବିଲିୟନ ଡଲାର କମିଥିଲା ।
ମାସକ ତଳେ ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୭୨୮ ବିଲିୟନ ଡଲାରରେ ପହଂଚିଥିଲା । କିନ୍ତୁ ଗତ ମାସକ ମଧ୍ୟରେ ଏଥିରେ ୫.୫ ପ୍ରତିଶତ ହ୍ରାସ ପାଇଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଦେକା ଦେଉଥିବା ହ୍ରାସକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବା କାରଣରୁ ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସୁଛି ।
ସୂଚନା ଅନୁସାରେ ଗତ ମାସକ ମଧ୍ୟରେ ବିଦେଶୀ ମୁଦ୍ରା ୩.୮ ପ୍ରତିଶତ ହ୍ରାସ ପାଇଛି । ଏହା ୫୭୩ ବିଲିୟନ ଡଲାର ସ୍ତରରୁ ୫୫୧ ବିଲିୟନ ଡଲାର ସ୍ତରକୁ ଖସି ଆସିଛି ।
ସେହିପରି ସୁନା ପରିମାଣ ଗତ ମାସକ ମଧ୍ୟରେ ୧୩.୬ ପ୍ରତିଶତ କମିଛି ।
ଏହା ୧୩୨ ବିଲିୟନ ଡଲାରରୁ ଖସି ୧୧୪ ବିଲିୟନ ଡଲାରକୁ ଆସିଛି ।