ଆଫଗାନିସ୍ତାନରେ ଭୂମିକମ୍ପ, ୮ ମୃତ
ଶୁକ୍ରବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।
ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି) ରିପୋର୍ଟ ସୂତ୍ରରୁ ଜଣାପଡ଼ିଛି ଯେ ଦେଶର ବିଭିନ୍ନ ସ୍ଥାନରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।
ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଗଠରୁ ୧୯୦ କିଲୋମିଟର ଗଭୀରରେ ଥିଲା । ଆଫଗାନିସ୍ତାନର ହିନ୍ଦୁକୁଶ ଅଂଚଳରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପରେ ଦିଲ୍ଲୀ-ଏନସିାର ଏବଂଉତର ଭାରତର ବିିଭିନ୍ନ ସ୍ଥାନରେ ଭୂମିକମ୍ପ ହୋଇଥିଲା ।
ଆଫଗାନିସ୍ତାନରେ ୮ଜଣଙ୍କ ମୃତ୍ୟୁ ଘଟିଛି । ଅଚାନକ ଭୂମିକମ୍ପ ଯୋଗୁଁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିଲା, ଯାହାଦ୍ୱାରା ଅନେକେ ଆତଙ୍କିତ ଅବସ୍ଥାରେ ଘରୁ ପଦାକୁ ବାହାରି ଆସିଥିଲେ ।
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ରାତ୍ରି ପ୍ରାୟ ୯ଟା ୫୦ମିନିଟ୍ରେ ଏହି ଭୂମିକମ୍ପ ହୋଇଥିଲା । ରେକର୍ଡ କରାଯାଇଥିବା ଭୂମିକମ୍ପର ଝଟକା ନୋଏଡ଼ା, ଚଣ୍ଡିଗଡ, ପଞ୍ଜାବର ଲୁଧିଆଣା, ଜମ୍ମୁ-କାଶ୍ମିରର ପୁଂଚ, ଶ୍ରୀନଗର, ଉଧମପୁର, ଡେରାଡୁନ ସହ ବିିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିଲା ।
କାବୁଲରେ ଭୂମିକମ୍ପ ଯୋଗୁଁ ଏକ ଘର ଭୁଶୁଡ଼ି ପଡ଼ିବା ଫଳରେ ଆଠଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଶିଶୁ ଆହତ ହୋଇଥିବା ଆଫଗାନ କର୍ତୃପକ୍ଷ କହିଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ବାଦାଖଶାନ ପ୍ରଦେଶରେ ଥିଲା, ଯାହା ହିନ୍ଦୁକୁଶ ଅଂଚଳର ପାକିିସ୍ତାନ-ତାଜିକିସ୍ତାନ ସୀମା ନିକଟରେ ଅବସ୍ଥିତ ।
ଇସଲାମାବାଦ, ପଞ୍ଜାବର କିଛି ଅଂଶ, ଖାଇବର ପଖତୁନଖା, ପେଶାୱାର ସମେତ ପାକିସ୍ତାନର ବହୁ ସହରରେ ଏହି ଭୂମିକମ୍ପର କମ୍ପନ ଅନୁଭୂତି ହୋଇଥିଲା ବୋଲି ଜଣାପଡ଼ିଛି ।
ଆସାମରେ ମୃଦୁ ଭୂମିକମ୍ପ
ସେହିପରି ଶନିବାର ସନ୍ଧ୍ୟା ପ୍ରାୟ ୮ଟା ୨୩ମିନିଟ୍ରେ ଉତରପୂର୍ବ ରାଜ୍ୟରେ ୧୦କିଲୋମିଟର ମଧ୍ୟରେ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ଆସାମରେ ୩.୦ ଥିଲା ବୋଲି ରାଷ୍ଟ୍ରୀୟ ସିସ୍ମୋଲୋଜି କେନ୍ଦ୍ର ପକ୍ଷରୁ କୁହାଯାଇଛି ।