ମେ ୩୧ ପର୍ଯ୍ୟନ୍ତ ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର ନା ଧରୁନି ।
ବିଭିନ୍ନ ଦେଶରେ ଏହାକୁ ନେଇ ଦୁଶ୍ଚିନ୍ତା ବଢ଼ିଛି । ଏଭଳି ସମୟରେ ଏୟାର ଇଣ୍ଡିଆ ପକ୍ଷରୁ ମେ ମାସ ୩୧ତାରିଖ ପର୍ଯ୍ୟନ୍ତ ଇସ୍ରାଏଲକୁ ବିମାନ ସେବା ସ୍ଥଗିତ ରଖିଛି ।
ଯାହାଦ୍ୱାରା ଇସ୍ରାଏଲରେ ବାସ କରୁଥିବା ପ୍ରାୟ ୪୦ହଜାର ଭାରତୀୟ ସ୍ୱଦେଶ ଆସିବାରେ ଅସୁବିଧାର ସମ୍ମୁଖୀନ ହେବେ । ଯେଉଁମାନେ ଯୁଦ୍ଧ ଭୟରେ ଇସ୍ରାଏଲ ଛାଡ଼ିବାକୁ ମନସ୍ଥ କରିଛନ୍ତି, ସେମାନଙ୍କୁ ପ୍ରଥମେ ଜଳପଥ
ଜୋର୍ଡାନ କିମ୍ବା ଇଜିପ୍ଟରେ ପହଂଚିବା ପରେ ସେଠାରୁ ବିମାନ ଯୋଗେ ଭାରତ ଆସିବାର ସୁବିଧା ପାଇପାରିବେ । ଅବଶ୍ୟ ଜୋର୍ଡ଼ାନ କିମ୍ବା ଇଜିପ୍ଟ ପହଂଚିବାର ତେଲ ଆଭିଭସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଉଥିବା ପ୍ରକାଶ ।