୭ବର୍ଷ ପରେ ଇରାନରୁ ଆସୁଛି ତେଲ
ସାତ ବର୍ଷ ପରେ ଚଳିତ ସପ୍ତାହରେ ଭାରତକୁ ଇରାନରୁ ଅଶୋଧିତ ତୈଳ ଆସିବାକୁ ଯାଉଛି । ଚୀନ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କରକୁ ହଠାତ ଭାରତ ଆସିବାକୁ ସଂକେତ ଦିଆଯାଇଥିଲା ।
ବିଶ୍ୱରେ ଥିବା ସଂକଟପୂର୍ଣ୍ଣ ଯୋଗାଣ ସ୍ଥିତିକୁ ସ୍ଥିର କରିବା ପାଇଁ ୱାଶିଂଟନ ଇରାନ ତେଲ ଉପରେ ଅସ୍ଥାୟୀ ଭାବେ କଟକଣା ଉଠାଇ ଦେବା ପରେ ତେହେରାନରୁ ଆମଦାନୀରେ ସାତବର୍ଷର ଅନ୍ତ ଘଟିଛି ।
ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜ ଗ୍ରୁପ ଏବଂ କେପଲର ତଥ୍ୟ ଯେ କୁରାଓ-ପତାକାଯୁକ୍ତ ବହୁତ ବଡ଼ ଅଶୋଧିତ ବାହକ ଜାହାଜ ଜୟାକୁ ଭାରତର ପୂର୍ବ ଉପକୂଳରେ ଇରାନୀ ଅଶୋଧିତ ତୈଳ ପହଂଚାଇବ ।
ଜାହାଜଟି ପ୍ରଥମେ ଦକ୍ଷିଣ-ପୂର୍ବ ଏସିଆ, ବିଶେଷତଃ ଚ ୀନ ଅଭିମୁଖେ ଯାଉଥିଲା, କିନ୍ତୁ ପରେ ଭାରତ ଅଭିମୁଖେ ଏହାର ଦିଗ ପରିବର୍ତନ କରିଥିଲା । ଏହି କାର୍ଗୋ ଜାହାଜଟି ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ୱାରା କିଣାଯାଇଥିଲେ ମଧ୍ୟ ଆଇଓସିଏଲ୍ ପକ୍ଷରୁ କୌଣସି ସୂଚନା ଦିଆଯାଉ ନାହିଁ ।
ସେହିପରି ନ୍ୟୁଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ ଆଉ ଏକ ଜାହାଜ ଜୋର୍ଡ଼ାନ ମଧ୍ୟ ଭାରତ ଉପକୂଳରେ ତୈଳ ନେଇ ପହଂଚିବ ବୋଲି ଜଣାପଡ଼ିଛି । ତଥ୍ୟ ଅନୁସାରେ ଭାରତ ଶେଷ ଥର ପାଇଁ ମେ ୨୦୧୯ରେ ଇରାନୀ ତେଲ ଆମଦାନୀ କରିଥିଲା ।
ତେହେରାନ ଶସ୍ତାରେ ତେଲ ଦେଉଥିଲେ ମଧ୍ୟ ଆମେରିକାର କଟକଣା ଯୋଗୁଁ ଭାରତର ବିଶୋଧନକାରୀମାନେ ଇରାନଠାରୁ ତୈଳ କ୍ରୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।
ସେବେଠାରୁ ଭାରତୀୟ ବିଶୋଧନକାରୀମାନେ ପଶ୍ଚିମ ଏସୀୟ ଉତ୍ପାଦକ ଏବଂ ଯୁକ୍ତରାଷ୍ଟ୍ର ସମେତ ବିକଳ୍ପ ଉତ୍ସ ଉପରେ ବହୁଳ ଭାବେ ନିର୍ଭର କରି ଆସୁଛନ୍ତି ।