ହର୍ମୁଜ ପାଇଁ ବଳ କଷାକଷି
ଇରାନ ସହ ଶାନ୍ତି ଆଲୋଚନା ବିଫଳ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଛନ୍ତି ।
ସେ ଧମକ ଦେଇ କହିଛନ୍ତି ଯେ ଆମେରିକା ହର୍ମୁଜ ପ୍ରଣଳୀରେ ଜାହାଜ ଅବରୋଧ ଆରମ୍ଭ କରିବ । କୌଣସି ଜାହାଜକୁ ହର୍ମୁଜ ଛାଡ଼ିବାକୁ ଅନୁମତି ଦିଆଯିବ ନାହିଁ । ଟ୍ରମ୍ପଙ୍କ ଏହି ଧମକ ତୁରନ୍ତ ଏକ ବୈଶ୍ୱିକ ଆତଙ୍କରେ ପରିଣତ ହୋଇଛି । ଟ୍ରମ୍ପ କହିଛନ୍ତି ଯେ ଆମ୍ଭେ ସମଗ୍ର ଜଳପଥକୁ ଅବରୋଧ କରିବୁ ଏବଂ ଯଦି କେହି ଏହାର ରାସ୍ତାରେ ଆସନ୍ତି, ତେବେ ଉଡାଇ ଦିଆଯିବ ।
ସେ କହିଛନ୍ତି ଯେ ହର୍ମୁଜ ଦେଇ ଯିବା ପାଇଁ ଇରାନକୁ ଅର୍ଥ ପ୍ରଦାନ କରିଥିବା ଜାହାଜଗୁଡ଼ିକୁ ବନ୍ଦ ପାଇଁ ଅନୁମତି ନଥାଇ କୌଣସି ଜାହାଜ ଚଳାଚଳ କଲେ ତତ୍କ୍ଷଣାତ ଆକ୍ରମଣ କରାଯିବ । ହର୍ମୁଜରେ ଯଥାସ୍ଥିତି ବଜାୟ ରହିବ ବୋଲି ଇରାନ ସେନାର ଶୀର୍ଷ କମାଣ୍ଡର କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରେ ଆଲୋଚନା ବିଫଳ ଘୋଷଣା ହେବା ମାତ୍ରେ ଆମେରିକା ହର୍ମୁଜୁ ହଟାଇ ଏହାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଗତରାତିରୁ ଅଭିଯାନ ଆରମ୍ଭ କରିଛି । ଟ୍ରମ୍ପ ଯରୁଥରେ କହିଛନ୍ତି ଯେ ନୌସେନାର ଅବରୋଧ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ଇରାନ ଯଦି ଆମେରିକା କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର ଶାନ୍ତିପୂର୍ଣ୍ଣ ଜାହାଜ ଉପରକୁ ଗୁଳି ଚଳାଇବ, ତେବେ ଏହାକୁ ଉଡାଇ ଦିଆଯିବ । ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ଏହି ଅବରୋଧ ଅଭିଯାନରେ ଅନ୍ୟ ଦେଶମାନେ ମଧ୍ୟ ସଂପୃକ୍ତ ହେବେ ।
ଅନ୍ୟପକ୍ଷରେ ଆମେରିକା-ଇରାନ ଆଲୋଚନା ବିଫଳ ପରେ ବିଶ୍ୱ ତୈଳ ବଜାର ପାଇଁ ସଂକଟ ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଳଦର ପୁଣି ଦ୍ରୁତ ଗତିରେ ବଢ଼ିବା ଆଶଙ୍କା ଉପୁଜିଛି । ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହେଳେ ଭାରତରେ ତେଲ ଓ ଗ୍ୟାସ ସଂକଟ ସୃଷ୍ଟି ହୋଇପାରେ ।
କାରଣ ଏହି ବାଟ ଦେଇ ଭାରତ ପ୍ରତିଦିନ ୨.୫-୨.୭ ନିୟୁତ ବ୍ୟାରେଲ ତେଲ ଆମଦାନୀ କରୁଛି । ଭାରତକୁ ମୁଖ୍ୟତଃ ଇରାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟସ (ୟଏଇ) ଓ କୁଏତରୁ ତେଲ ଓ ଗ୍ୟାସ ଆସିପାରିବ ନାହିଁ । ଯୁଦ୍ଧ ପାଇଁ ଏମିତିରେ ବି ଦେଶରେ ତେଲ ଓ ଗ୍ୟାସର ଅଭାବ ରହିଛି ।
ନୂଆ ତେଲ ଓ ଗ୍ୟାସ ଆସିବା ସମ୍ପୂର୍ଣ୍ଣ ବନ୍ଦ ହେଲେ ପେଟ୍ରୋଲ ପମ୍ପାଗୁଡ଼ିକରୁ ତଲେ ଓ ଗ୍ୟାସ ଏଜେନ୍ସିଗୁଡ଼ିରୁ ଏଲପିଜି ସରିଯିବ । ଭାରତ ଆମଦାନୀ କରୁଥିବା ୮୦-୮୫ ପ୍ରତିଶତ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଓ ୬୦ ପ୍ରତିଶତ ତରଳୀକୃତ ପ୍ରାକୃତି ଗ୍ୟାସ (ଏଲନ୍ଜି) ହର୍ମୁଜ ପ୍ରଣାଳୀ ଦେଇ ଆଣୁଛି ।
ଯାହାଦ୍ୱାରା ଗ୍ରାହକ ଓ ଶିଳ୍ପ ସଂସ୍ଥା ଉଭୟ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।