ଇରାନ ଜାହାଜ ‘ତୌସ୍କା’ ଜବତ କଲା ଆମେରିକା
ମିସାଇଲ ମାଡ଼ରେ ‘ତୌସ୍କା’ର ଇଂଜିନରୁମ କ୍ଷତିଗ୍ରସ୍ତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷିତ ଯୁଦ୍ଧବିରତି ରାତି ପାହିଲେ ଆସନ୍ତା କାଲି ସରିବ । ଆସନ୍ତା କାଲି ମଧ୍ୟ ପାକିସ୍ତାନର ମଧ୍ୟସ୍ଥତାରେ ଇରାନ ଓ ଆମେରିକା ମଧ୍ୟରେ ପୁଣି ଥରେ ଶାନ୍ତି ଆଲୋଚନା ପାଇଁ କଥାବାର୍ତା ଆରମ୍ଭ ହୋଇପାରେ ।
କିନ୍ତୁ ଇତମଧ୍ୟରେ ହର୍ମୁଜ ପଏଂଟରେ ପୁଣି ବଢ଼ିଛି ତିକ୍ତତା । ଇରାନର ଏକ ଜାହାଜ ‘ତୌସ୍କା’କୁ ଜବତ କରିଛି ଆମେରିକୀୟ ନୌସେନା । ଆମେରିକୀୟ ଯୁଦ୍ଧଜାହାଜରୁ ‘ତୌସ୍କା’ ଉପରକୁ ମିସାଇଲ ମଡ଼ କରାଯାଇଥିବାବେଳେ ତୌସ୍କାର ଇଂଜିନରୁମ କ୍ଷତିଗ୍ରସ୍ତ ହୋଇଛି ।
ଯେ ପର୍ଯ୍ୟନ୍ତ ସ୍ଥାୟୀ ଶାନ୍ତି ଚୁକ୍ତି ନହେବା ପର୍ଯ୍ୟନ୍ତ ହର୍ମୁଜରେ ନାକାବନ୍ଦୀ ରହିବ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ । ମାତ୍ର ଏହି ନାକାବନ୍ଦୀକୁ ନ ମାନି ହର୍ମୁଜ ପଏଂଟରେ ଇରାନୀୟ ଜାହାଜ ‘ତୌସ୍କା’ ଜଳପଥ ଅତିକ୍ରାନ୍ତ କରିବାକୁ ଚେଷ୍ଟା କରିବାରୁ ତାହାକୁ ଆମେରିକୀୟ ନୌସେନା ଜବତ କରି ରଖିଛି ବୋଲି ଟ୍ରମ୍ପ ତାଙ୍କ ଟ୍ୱଟ ଆକାଉଂଟରେ ଦର୍ଶାଇଛନ୍ତି ।
ତେବେ ଏହାକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଉତେଜନା ବଢ଼ିବାରେ ଲାଗିଛି ଏବଂ ଆସନ୍ତା କାଲି ପାକିସ୍ତାନରେ ହେବାକୁ ଥିବା ଶାନ୍ତି ଆଲୋଚନାକୁ ଏହା ଭଣ୍ଡୁର କରିପାରେ ବୋଲି ଆଶଙ୍କା ଦେଖାଦେଇଛି ।