ଓମାନ ଉପସାଗରରେ ପୁଣି ଯୁଦ୍ଧ ଆରମ୍ଭ
ଶାନ୍ତି ଆଲୋଚନା ହେବନି : ଇରାନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡଙ୍କ ବାଚାଳାମି, ଘଂଟାକୁ ଘଂଟାକୁ ବୟାନ ବଦଳାଇବା ଯୋଗୁଁ ଆସନ୍ତା ୨୨ ତାରିଖରେ ପାକିସ୍ତାନରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରୁ ଓହରି ଯାଇଛି ଇରାନ । ଆଉ ଶାନ୍ତି ଆଲୋଚନା ହେବନି ବୋଲି ଇରାନ ସ୍ପଷ୍ଟ କରିଛି ।
ଏଥିପାଇଁ ଆମେରିକାର ଦୋମୁହାଁ ନୀତିକୁ ଇରାନ ଦାୟୀ କରିଛି । ଗୋଟିଏ ପଟେ ଟ୍ରମ୍ପ ଯୁଦ୍ଧବିରତିର ଘୋଷଣା କରୁଥିବାବେଳେ ଅନ୍ୟପଟେ ଇରାନୀୟ ଜାହାଜକୁ ଆମେରିକୀୟ ନୌସେନା ଆକ୍ରମଣ କରି ଜବତ କରୁଛି । ଏଣୁ ଏପରିସ୍ଥଳେ ଶାନ୍ତି ଆଲୋଚନା ସମ୍ଭବପର ନୁହେଁ ବୋଲି ଇରାନ କହିଛି ।
ଏଥିସହ ଇରାନୀୟ ଜାହାଜ ‘ତୌସ୍କା’ ଉପରେ ଆକ୍ରମଣର କେଇ ଘଂଟା ପରେ ଓମାନ ନିକଟରେ ବୁଲୁଥିବା ଆମେରିକୀୟ ନୌସେନା ଉପରେ ଇରାନ ଡ୍ରୋନରେ ହମଲା କରିଛି ।