ସନ୍ଦେହରେ ଇରାନ-ଆମେରିକା ଶାନ୍ତି ଆଲୋଚନା
ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଟେନସନ
ପଶ୍ଚିମ ଏସିଆ ତଥା ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଆରମ୍ଭ ହୋଇଥିବା ଶାନ୍ତି ଆଲୋଚନା ଏବେ ସନ୍ଦେହରେ ।
କାରଣ ଗତ କାଲି ସୋମବାର ୨୦ ତାରିଖରେ ପାରସ୍ୟ ଉପସାଗରେ ଆମେରିକୀୟ ନୌସେନା ପକ୍ଷରୁ ଏକ ଇରାନୀୟ ଜାହାଜ ‘ତୌସ୍କା’କୁ ଜବତ କରାଯାଇଥିଲା ।
ଏହାର ଜବାବରେ ଓମାନ ସାଗରରେ ବୁଲୁଥିବା ଏକ ଆମେରିକୀୟ ଜାହାଜକୁ ଇରାନୀୟ ନୌସେନା ଡ୍ରୋନ ଆକ୍ରମଣ କରି କ୍ଷତିଗ୍ରସ୍ତ କରିଛି ।
ପ୍ରଥମ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇ ଇରାନ ଆଉ ଆଗ୍ରହୀ ନୁହେଁ ।
ଏହାପରେ ଇରାନ ପୁଣି ଥରେ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି ।
ଫଳରେ ଆସନ୍ତା ୨୨ ତାରିଖରେ ଇସଲାମବାଦରେ ଇରାନ ଓ ଆମେରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।