ଟ୍ରମ୍ପଙ୍କ ଦୋମୁହାଁ ନୀତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଖିରୁ ନିଦ ହଜାଇ ଦେଇଛି ଇରାନ । ଏହି ଯୁଦ୍ଧ ଗତ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ଟ୍ରମ୍ପ ଅନ୍ୟୋନପାୟ ହୋଇ ୨ ଥର ଯୁଦ୍ଧବିରତି ଡାକରା ଦେଇସାରିଛନ୍ତି; କିନ୍ତୁ ତାଙ୍କର ଉଦେ୍ଦଶ୍ୟ ଶାନ୍ତି ନୁହେଁ ବରଂ ଆଉ କିଛି ରହିଛି ବୋଲି ବିଶ୍ୱ କୂଟନୈତିଜ୍ଞମାାନେ କହୁଛନ୍ତି । କାରଣ ଏହି ଯୁଦ୍ଧ ମଧ୍ୟର ଟ୍ରମ୍ପଙ୍କ ଦୋମୁହାଁ ନୀତି ସାମ୍ନାକୁ ଆସିଛି ।
ଏବେ ପୁଣି ଥରେ ଟ୍ରମ୍ପ ଯୁଦ୍ଧବିରତିର ଅବଧି ବୃଦ୍ଧି କରିଛନ୍ତି ; ମାତ୍ର ଗୋଟିଏ ପଟେ ଇରାନ ସହିତ ଶାନ୍ତିର କଥା କହୁଥିବା ଟ୍ରମ୍ପ ସେପଟେ ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ମଧ୍ୟପ୍ରାଚ୍ୟରେ ସୈନ୍ୟ ଠୁଳ କରିବାକୁ ଲାଗିଛନ୍ତି ।
ଆମେରିକା ତା’ର ତୃତୀୟ ଏୟାରକ୍ରାଫ୍ଟ ଜରିଆରେ ମଧ୍ୟପ୍ରାଚ୍ୟକୁ ହଜାର ହଜାର ସୈନ୍ୟ ପଠାଇଛି । ଏହାଦ୍ୱାରା ତେହେରାନ ଉପରେ ଚାପ ସୃଷ୍ଟି କରି ଡିଲ କରିବାକୁ ଟ୍ରମ୍ପ ଯୋଜନା ରଖିଛନ୍ତି ।
ଆମେରିକା ନୌସେନାର ତୃତୀୟ ଏୟାରକ୍ରାଫ୍ଟ ୟୁଏସ ଜର୍ଜ ଏଚଡବ୍ଲୁ୍ୟ ବୁଶ ସହିତ ୩ ବିଧ୍ୱଂସକାରୀ ଯୁଦ୍ଧଜାହାଜ ଇରାନ ଅଭିମୁଖେ ଯାତ୍ରା କରିଛି ।
ତୃତୀୟ ‘କ୍ୟାରିଅର ଷ୍ଟ୍ରାଇକ ଗ୍ରୁପ୍ରେ ୫ ହଜାର ଅତିରିକ୍ତ ସୈନ୍ୟ ପହଂଚିବେ । ପେଂଟାଗନ ମଧ୍ୟ ପ୍ରାୟ ୧୦ ହଜାର ସ୍ଥଳସୈନ୍ୟଙ୍କୁ ମୁତୟନ କରୁଛି ।
ତେବେ ଇରାନ ସହିତ କଥାବାର୍ତା ମଧ୍ୟରେ ଆବଶ୍ୟକ ପଡ଼ିଲେ ସାମରିକ ଉପାୟରେ ଇରାନକୁ ଆତ୍ମସମର୍ପଣ କରିବାକୁ ଟ୍ରମ୍ପ ଏଭଳି ଭିତରି ଯୋଜନା କରୁଥିବା ଚର୍ଚ୍ଚା ଜୋର ଧରିଛି ।