ଶାନ୍ତି ଆଲୋଚନା ପାଇଁ ପାକରେ ଇରାନ ପ୍ରତିନିଧି ଦଳ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ । ଏହି ଯୁଦ୍ଧ ଯେତେ ଶୀଘ୍ର ସରୁ ବୋଲି ସମସ୍ତେ ଚାହୁଁଛନ୍ତି ।
ତେଣେ ଗତ କିଛି ଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହନୱାଜ ଶରିଫଙ୍କ ମଧ୍ୟସ୍ଥତାରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ ଓ ଇରାନ ପାର୍ଲାମେଂଟ ସଚିବ ବାଘେରଙ୍କ ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ ହୋଇଥିଲା ।
କାରଣ ଉଭୟ ଇରାନ ଓ ଆମେରିକା ନିଜ ନିଜ ଜିଦରେ ଅଟଳ ରହିଥିଲେ । ତେବେ ଗତ ସପ୍ତାହରେ ପୁଣି ଥରେ ପାକ୍ ସେନାଧ୍ୟକ୍ଷ ମୁନିର ତେହେରାନ ଯାଇ ଇରାନ ପ୍ରତିପକ୍ଷଙ୍କୁ ମନାଇବା ପରେ ଇରାନ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛି ।
ଏହି ମର୍ମରେ ଶନିବାର ପାକିସ୍ତାନରେ ପହଂଚିଛନ୍ତି ଇରାନ ପ୍ରତିନିଧି ଦଳ ।
ଆଜି ବିମାନବନ୍ଦରରେ ଇରାନୀୟ ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚୀଙ୍କୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇଶାକ ଡାର ସ୍ୱାଗତ କରିଥିଲେ ।
ତେଣେ ଏହି ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଆମେରକା ତା’ର ସ୍ୱତନ୍ତ୍ର ଶାନ୍ତି ଦୂତ ଭାବେ ଷ୍ଟିଭ ୱିଟକଫ୍ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜାମାତା ଜାର୍ଡେ କୁଶନରଙ୍କୁ ପଠାଇଛି ବୋଲି ସୂଚନା ମିଳିଛି ।