ଅଳ୍ପକେ ବର୍ତିଲେ ରାଷ୍ଟ୍ରପତି ଟ୍ରମ୍ପ
ୱାଶିଂଟନ ଡିସିରେ ଫାୟାରିଂ
ମଧ୍ୟପ୍ରାଚ୍ୟରେ ଇରାନ ଓ ଆମରେିକା-ଇସ୍ରାଏଲ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଭିତରେ ଆଉ ଏକ ବଡ଼ ଘଟଣା ଆମେରିକାର ୱାଶିଂଟନ ଡିସିରେ ଘଟିଛି । ଏଠାରେ ଥିବା ହିଲଟନ ହୋଟେଲ ଯେଉଁଠାରେ ରାଷ୍ଟ୍ରପତି ଟ୍ରମ୍ପ ଓ କନ୍ୟା ଇଭାଙ୍କା ରହୁଥିଲେ ତାହା ଉପରକୁ ଗୁଳିମାଡ଼ ହୋଇଛି ।
ଏନେଇ ଆୟୋଜିତ ଏକ ପ୍ରେସମିଟ୍ରେ ରାଷ୍ଟ୍ରପତି ଟ୍ରମ୍ପ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ହିଲଟନ ହୋଟେଲରେ ଥିବାବସ୍ଥାରେ କୌଣସି ଏକ ଅଜଣା ବ୍ୟକ୍ତି ଡାଇନିଂ ହଲ ଭିତରେ ପଶିବାକୁ ଚେଷ୍ଟା କରୁଥିଲେ । ସୁରକ୍ଷାକର୍ମୀ ବାଧା ଦେବାରୁ ସେ ତୁରନ୍ତ ପାଖରେ ରଖିଥିବା ବନ୍ଧୁକରୁ ଫାୟାରିଂ କରିଥିଲେ ।
ଏହି ସମୟରେ ତାଙ୍କ ହୋଟେଲ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ ଶବ୍ଦ ଶୁଣି ରାଷ୍ଟ୍ରପତି ଟ୍ରମ୍ପ ଓ କନ୍ୟା ଇଭାଙ୍କା ତୁରନ୍ତ ହୋଟେଲରୁ ପ୍ରସ୍ଥାନ କରିଥିଲେ । ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ସୁରକ୍ଷିତ ଭାବେ ରାଷ୍ଟ୍ରପତି ଟ୍ରମ୍ପ ଓ କନ୍ୟା ଇଭାଙ୍କା ଟ୍ରମ୍ପଙ୍କୁ ବାହାରକୁ ନେଇ ଆସିଥିଲେ ।
ପରେ ଟ୍ରମ୍ପ ଓ ତାଙ୍କ କନ୍ୟା ନିଜସ୍ୱ ସ୍ୱତନ୍ତ୍ର କାରରେ ୱାଶିଂଟନ ଡିସି ଚାଲିଯାଇଥିଲେ । ଏହି ଫାୟାରିଂ ସମୟରେ ହୋଟେଲର ଡିନର ରୁମ୍ରେ ବସିଥିବା ଲୋକମାନେ ଭୟରେ ଟେବୁଲ ତଳେ ଲୁଚି ଯାଇଥିଲେ ।
ଏହି ଦୌଡ଼ାଦୌଡ଼ିରେ ଟେବୁଲ ଉପରେ ସଜା ହୋଇଥିବା ସାମ୍ପେନ ବୋତଲ ଓ କାଚଗ୍ଲାସଗୁଡ଼ିକ ତଳେ ପଡ଼ି ଚୁରମାର ହୋଇଯାଇଥିଲା ।
ଏହି ଘଟଣା ପରେ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ରେଟ ସର୍ଭିସର ସଭ୍ୟମାନେ ତୁରନ୍ତ ପୋଜିସନ ନେଇ ଆକ୍ରମଣକାରୀକୁ କାବୁ କରିନେଇଥିଲେ ।
ତେବେ କିଏ ଓ କାହିଁକି ରାଷ୍ଟ୍ରପତିଙ୍କ ଉପରକୁ ଗୁଳିମାଡ଼ କରିଛି ତାହା ସ୍ପଷ୍ଟ ହୋଇପାରିନଥିବାବେଳେ ଏହି ଘଟଣାକୁ ଗୁରୁତର ସହ ନେଇ ହ୍ୱାଇଟ ହାଉସ ପକ୍ଷରୁ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି ।