ଜାପାନରେ ଶକ୍ତିଶାଳୀ ଭୂମିକମ୍ପ
ଜାପାନରେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।
ସୋମବାର ସକାଳେ ଭୂମିକମ୍ପ ହୋଇଥିବା ବେଳେ ଏଥିଯୋଗୁଁ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।
ଭୂମିକମ୍ପ ଭୟରେ ଲୋକମାନେ ଘରୁ ପଦାକୁ ବାହାରି ଆସିଥିଲେ । ଏହା ଆଶ୍ୱସ୍ତିର ବିଷୟ ଯେ ଏପର୍ଯ୍ୟନ୍ତ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ ଏବଂ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତି କ୍ଷତି ଘଟିନାହିଁ ।
ଆମେରିକାର ଭୂତତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସୋମବାର ସକାଳେ ଉତର ଜାପାନର ହୋକ୍କାଇଡୋରେ ପ୍ରାରମ୍ଭିକ ୬.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା ।
ଭୂମିକମ୍ପଟି ବହୁ ଶକ୍ତିଶାଳୀ ଥିଲା । ଦୀର୍ଘ ସମୟ ଧରି ଘରର ଜିନିଷପତ୍ରକୁ ହଲାଇଥିଲା ।
ଲୋକମାନେ ଭୂମିକମ୍ପରେ ଉଠି ପଡ଼ିଥିଲେ । ତେବେ କୌଣସି ମୃତାହତ ଖବର ମିଳିନାହିଁ ।