ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ଅବଧି ତିନି ସପ୍ତାହ ବୃଦ୍ଧି
ଇସ୍ରାଏଲ ଓ ଲେବାନନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଅବଧିକୁ ଆଉ ତିନି ସପ୍ତାହ ପାଇଁ ବୃଦ୍ଧି କରାଯାଇଛି ।
ଏହା ପୂର୍ବରୁ ଏପ୍ରିଲ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ୧୦ଦିନିଆ ଅସ୍ତ୍ରବିରତି ହୋଇଥିଲା ।
ଅସ୍ତ୍ରବିରତି ଅବଧି ଶେଷ ହେବା ପୂର୍ବରୁ ଏହାକୁ ଆଉ ତିନି ସପ୍ତାହ ବୃଦ୍ଧି କରାଯାଇଛି । ଲେବାନନ ରାଷ୍ଟ୍ରପତି ଜୋସେଫ ଆଉ ଏହି ଅସ୍ତ୍ରବିରତିକୁ ସମର୍ଥନ ଜଣାଇଛନ୍ତି ।
ସେ ସ୍ପଷ୍ଟ କରିଛନ୍ତି ଯେ ଲେବାନନ ଆଉ କୌଣସି ବୈଦେଶିକ ପ୍ରେରିତ ଯୁଦ୍ଧର ଶିକାର ହେବାକୁ ଚାହୁଁ ନାହିଁ ।
ରାଷ୍ଟ୍ରପତି ଆଉନ ବର୍ତମାନ ଅସ୍ତ୍ରବିରତିକୁ ଏକ ସ୍ଥାୟୀ ଯୁକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଅସ୍ତ୍ରବିରତି ଜାରି ରହିଥିଲେ ମଧ୍ୟ ଇସ୍ରାଏଲ ସେନା ପକ୍ଷରୁ ଦକ୍ଷିଣ ଲେବାନନ ଏବଂ ବେକା ଅଂଚଳରେ ହେଜବୋଲ୍ଲା ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି । ଇସ୍ରାଏଲର ଦାବି ଅନୁଯାୟୀ ହେଜବୋଲ୍ଲା ଅସ୍ତ୍ରବିରତି ଚୁକ୍ତିର ସର୍ତ ଉଲ୍ଲଙ୍ଘନ କରୁଥିବାରୁ ଏହି ପାଲଟା ଜବାବ ଦିଆଯିବ ।
ଅନ୍ୟପଟେ ହେଜବୋଲ୍ଲା ପକ୍ଷରୁ ମଧ୍ୟ ଇସ୍ରାଏଲ ସୈନ୍ୟଙ୍କୁ ଲକ୍ଷ୍ୟ କରି ଡ୍ରୋନ ଆକ୍ରମଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।