ମାନୁନି ଅମାନିଆ ଇସ୍କନ, ଅଦିନିଆ ରଥଯାତ୍ରା
ଦକ୍ଷିଣ ଆଫ୍ରିକାର ଡର୍ବାନରେ ଅଦିନିଆ ରଥଯାତ୍ରା
ମାନୁନି ଅମାନିଆ ଇସ୍କନ ।
ଯେତେ ବୁଝାଇଲେ, ପୁରୀ ଶ୍ରୀମନ୍ଦିରର ମାଦଳା ପାଞ୍ଜିର ଉଦାହରଣ ଦେଲେ ବି ସେ ମାନୁନି ।
ତା’ର ମନମାନି ଜାରି ରଖି ପୁଣି ଥରେ ଅଦିନିଆ ରଥଯାତ୍ରା କରିଛି ।
ଯାହାକି ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ସମେତ ପୁରୀ ମହାରାଜାଙ୍କୁ ବ୍ୟଥିତ କରିଛି ।
ଦକ୍ଷିଣ ଆଫ୍ରିକାର ଡର୍ବାନରେ ଇସ୍କନ ଅନୁଗାମୀମାନେ ଅଦିନିଆ ରଥଯାତ୍ରା କରିଛନ୍ତି ।
ଗତ ୨ ତାରିଖରେ ଏହି ରଥଯାତ୍ରାର ଆୟୋଜନ ହୋଇଥିଲା ।
ସମ୍ପୂର୍ଣ୍ଣ ଜଗନ୍ନାଥ ସଂସ୍କୃତିକୁ ଦେଶରେ ଲୋକେ ମାନୁଛନ୍ତି ଏବଂ ଇସ୍କନ ଅନୁଗାମୀମାନେ ମଧ୍ୟ ମାନୁଛନ୍ତି; କିନ୍ତୁ ବିଦେଶରେ ଥିବା ଇସ୍କନ ଅନୁଗାମୀମାନେ ତାଙ୍କର ମନମାନି ଚଳାଇ ଏଭଳି ପରମ୍ପରାବିହନୀ କାର୍ଯ୍ୟ କରୁଛନ୍ତି ବୋଲି ଖୋଦ ପୁରୀ ଗଜପତି ମହାରାଜା କ୍ଷୋଭ ପ୍ରକାଶ କରିଛନ୍ତି ।
ସୂଚନାଥାଉ କି, ବିଦେଶରେ ଇସ୍ମନ ଅନୁଗାମୀମାନେ ଶ୍ରୀମନ୍ଦିରର ଗାଇଡଲାଇନକୁ ବେଖାତିର କରି ବର୍ଷ ତମାମ ବହୁ ଅଦିନିଆ ସ୍ନାନ ଓ ରଥଯାତ୍ରା କରୁଛନ୍ତି ।
ଯାହାକି ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ଅଟେ ।
ଇସ୍କନ ଏତାଦୃଶ କାର୍ଯ୍ୟକୁ ଖୋଦ ପୁରୀ ଗଜପତି ମହାରାଜା, ମୁକ୍ତିମଣ୍ଡପର ପଣ୍ଡିତମାନେ ଏବଂ କୋଟି କୋଟି ଜଗନ୍ନାଥପ୍ରେମୀ କଡ଼ା ବିରୋଧ କରିବା ସହ କଟୂ ସମାଲୋଚନା କରିଛନ୍ତି ।