କଙ୍ଗୋରେ ଇବୋଲା ସଂକ୍ରମଣରେ ୮୦ ମୃତ
କଙ୍ଗୋର ପୂର୍ବ ଇଟୁରି ପ୍ରଦେଶରେ ଇବୋଲା ସଂକ୍ରମଣରେ ୮୦ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ସାମୁଏଲ ରୋଜର କାମ୍ବା ମୁଲାମ୍ବା ଏକ ବିବୃତିରେ କହିଛନ୍ତି ଯେ ଗୁରୁବାର ପରୀକ୍ଷିତ ନମୁନାରେ ରୱାମ୍ପାରା, ମୋଙ୍ଗୱାଲୁ ଏବଂ ବୁନିଆ ସ୍ୱାସ୍ଥ୍ୟ କ୍ଷେତ୍ରଗୁଡ଼ିକରେ ଇବୋଲା ଭାଇରସର ବୁଣ୍ଡିବୁଗୟୋ ଷ୍ଟ୍ରେନର ଆଠଟି ମାମଲା ନିଶ୍ଚିତ ହୋଇଛି ।