ଷ୍ଟାର୍ମର ଛାଡ଼ିବେ ‘ପ୍ରଧାନମନ୍ତ୍ରୀ’ ପଦ!
ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର ତାଙ୍କ ପଦରୁ ଇସ୍ତଫା ଦେବାକୁ ଯୋଜନା କରୁଛନ୍ତି । ନିଜର ଯୋଜନା ସମ୍ପର୍କରେ ଷ୍ଟାର୍ମର ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଜଣାଇଛନ୍ତି ।
ଶାସକ ଲେବର ପାର୍ଟି ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଦଳର ବରିଷ୍ଠ ନେତାମାନଙ୍କ ପକ୍ଷରୁ ତାଙ୍କ ଉପରେ ଚାପ ପଡ଼ୁଛି, କିନ୍ତୁ ସେ ନିଜ ସତର୍କ ଏବଂ ଏକ ସମ୍ମାନଜନକ ଢଙ୍ଗରେ ଏହି ପଦ ଛାଡ଼ିବାକୁ ଚାହୁଁଛନ୍ତି । ଷ୍ଟାର୍ମର ସରକାରରେ ଚାଲିଥିବା ଅସ୍ଥିରତାକୁ ଆଉ ଅଧିକ ସମୟ ଟାଲିବାକୁ ଚାହାଁନାହାଁନ୍ତି ଏବଂ ଖୁବଶୀଘ୍ର ନୂଆ ନେତୃତ୍ୱ ମନୋନୟନ ପାଇଁ ଏକ ସମୟସୀମା ଘୋଷଣା କରିପାରନ୍ତି ।
ନିକଟରେ ବ୍ରିଟେନରେ ଅନୁଷ୍ଠିତ ଆଂଚଳିକ ନିର୍ବାଚନରେ ଶାସକ ଲେବର ପାର୍ଟିର ଶୋଚନୀୟ ପରାଜୟ ହୋଇଛି । ଦଳ ପ୍ରାୟ ଏହଜାରରୁ ଅଧିକ କାଉନସିଲ ଆସନ ହରାଇଛି ଏବଂ ସେମାନଙ୍କ ଗଡ଼ କୁହାଯାଉଥିବା ୱେଲ୍ସ ଉପରୁ ମଧ୍ୟ ନିୟନ୍ତ୍ରଣ ହ୍ରାସ ପାଇଛି ।
ଏପରି ପରାଜୟ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ୱେସ ଷ୍ଟ୍ରିଟିଙ୍ଗଙ୍କ ସମେତ କ୍ୟାବିନେଟର କେତେକ ପ୍ରମୁଖ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।