ଇରାନ ଚୁକ୍ତି ଉପରେ ଟ୍ରମ୍ପଙ୍କ ମନ୍ତବ୍ୟ : ‘ମୁଁ ସର୍ବୋତମ ଚୁକ୍ତି କରିବି’
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଯଦି ଆମେ ଇରାନ ସହିତ ଏକ ଚୁକ୍ତିନାମାରେ ପହଂଚିବୁ, ତେବେ ଏହା ଏକ ଭଲ ଏବଂ ନିରପେକ୍ଷ ଚୁକ୍ତିନାମା ହେବ ।
ସେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ କଟାକ୍ଷ କରିଛନ୍ତି । ଓବାମାଙ୍କ କାର୍ଯ୍ୟକାଳରେ ହୋଇଥିବା ପରମାଣୁ ଚୁକ୍ତିନାମା ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ଏହି ଚୁକ୍ତିନାମା ଇରାନକୁ ନଗଦ ଏବଂ ପରମାଣୁ ଅସ୍ତ୍ର ପାଇଁ ଏକ ବାଟ ଦେଖାଇଥିଲା । ଟ୍ରମ୍ପ କହିଛନ୍ତି ଯେ ଆମର ଚୁକ୍ତିାନାମା ଆମେରିକାର ସ୍ୱାର୍ଥକୁ ଧ୍ୟାନରେ ରଖି କରାଯିବ ।
ଇରାନ ସହିତ ଓବାମା କରିଥିବା ଚୁକ୍ତି ଆମେରିକାକୁ କ୍ଷତି ପହଂଚାଇଥିଲା । ଇରାନ ଆର୍ଥିକ ଭାବରେ ଲାଭବନା ହୋି ପରମାଣୁ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇଥିଲା । ଆମ ପ୍ରଶାସନ ଓବାମାଙ୍କ ଭୁଲକୁ ଦେହରାଇବ ନାହିଁ । ଆମର ପ୍ରାଥମିକତା ଆମେରିକୀୟ ସୁରକ୍ଷ ଏବଂ ବିଶ୍ୱ ସ୍ଥିରତା ହେବ । ବିରୋଧୀଙ୍କୁ ଟାର୍ଗେଟ କରି ଟ୍ରମ୍ପ କହିଛନ୍ତି ଯେ ଏହି ସମ୍ଭାବ୍ୟ ଚୁକ୍ତିର ସମାଲୋଚନା କରୁଥିବା ଲୋକଙ୍କ ପାଖରେ ସମ୍ପୂର୍ଣ୍ଣ ସୂଚନାର ଅଭାବ ରହିଛି । ସେ ସ୍ପଷ୍ଟ କରିଛନ୍ତ ିଯେ ଇରାନ ସହିତ ଚୁକ୍ତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଚୂଡ଼ାନ୍ତ ହୋଇପାରି ନାହିଁ । ବର୍ତମାନ ଆଲୋଚନା ଚାଲିଛି ।
ଏହା ସତ୍ୱେ କିଛି ଲୋକ ସମାଲୋଚନା ଜାରି ରଖିଛନ୍ତି । ଆମ ସରାରକ କୌଣସି ତରବରିଆ ନିଷ୍ପତି ନେବେ ନାହିଁ । ପ୍ରତ୍ୟେକ ପଦକ୍ଷେପ ସତର୍କତାର ସହ ନିଆଯିବ । ଟ୍ରମ୍ପ କହିଛନ୍ତି ଯେ ୱାଶିଂଟନ ଏବଂ ତେହେରାନ ପ୍ରାୟ ତିନିମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଏକ ଶାକ୍ତି ଚୁକ୍ତି ଉପରେ ଆଲୋଚନା ପ୍ରାୟତଃ ସମାପ୍ତ କରିଛନ୍ତି । ଟ୍ରମ୍ପ କହିଛନ୍ତ ିଯେ ସେ ଆଲୋଚନାରୀମାନଙ୍କୁ ,କ ଚୁକ୍ତି ପାଇଁ ତରବର ନ ହେବାକୁ ନିର୍ଦେଶ ଦେଇଛନ୍ତି । ଉଭୟ ପକ୍ଷ ସେମାନଙ୍କର ସମୟ ନେବା ଉଚିତ ଏବଂ ଏହାକୁ ସଠିକ ଉପାୟରେ କରିବା ଉଚିତ୍ ।
ଟ୍ରମ୍ପ ଟୁରୁଥ ସୋସିଆଲରେ ଏକ ପୋଷ୍ଟରେ କହିଛନ୍ତି ଯେ ଆମେରିକା ଏବଂ ଇରାନ ମଦ୍ୟରେ ଆଲୋଚନା ଏକ ସୁବ୍ୟବସ୍ଥିତ ଏବଂ ଗଠମୂଳକ ଉପାୟରେ ଆଗକୁ ବଢ଼ୁଛି । ସମୟ ଆମେରିକା ସପକ୍ଷରେ ରହିଛି । ସେ କହିଛନ୍ତି ଯେ ଚୁକ୍ତିନାମା ଉପରେ ସହମତି ଏବଂ ଏହା ସ୍ୱାକ୍ଷରିତ ନ ହେବା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀରେ ଆମେରିକାର ଜାହାଜ ଅବରୋଧ ପୂର୍ଣ୍ଣ ବଳବତ୍ତର ରହିବ ।
ଇରାନ ସହିତ ଆମର ସମ୍ପର୍କ ଅଧିକ ବୃତିଗତ ଏବଂ ଉତ୍ପାଦନକ୍ଷମ ହେବ ।